ଛୋଟ ଛୋଟ କଥାକୁ ନେଇ ଡ଼ରୁଛନ୍ତି କି? ସମାଧାନ ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ମାନସିକ ଅବସାଦ ଲାଗି ରହିବା ଦ୍ୱାରା ଲୋକମାନଙ୍କ ମନରେ ହଠାତ୍‌ କୌଣସି କଥାକୁ ଡ଼ର ଆସି ଯାଇଥାଏ । କିଛି ଲୋକ ଏହାକୁ ସାଧାରଣ ବୋଲି ଭାବୁଥିବା ବେଳେ ପରେ ଏହା ବଡ଼ ସମସ୍ୟା ପାଲଟି ଯାଇଥାଏ । ପ୍ରତିଦିନ କୌଣସି କଥାକୁ ନେଇ ବାରମ୍ବାର ଚିନ୍ତା କରିବା ଦ୍ୱାରା ଲୋକାମାନେ ଧୀରେ ଧୀରେ ଅବସାଦଗ୍ରସ୍ତ ହୋଇ ନା ନା କଥା ଭାବିବାକୁ ଲାଗନ୍ତି । ଏହି ସମୟରେ ନିଶ୍ୱାସ ନେବାରେ ଅସୁବିଧା, ହୃଦୟର ସ୍ପନ୍ଦନ ବଢ଼ିଯିବା, ଅଚେତ୍‌ ହେବା ଭଳି ଅନୁଭବ ହେବା, ହାତ-ଗୋଡ଼ କାମ କରିବା ବନ୍ଦ କରିଦେବା ଏବଂ ନିଜ ଉପରେ ନିୟନ୍ତ୍ରଣ ହରାଇବା ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଏ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ନିଜ ଡାଏଟରେ କିଛି ପୃଷ୍ଟିକର ଜିନିଷ ସାମିଲ କରିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ…..

୧.ବାଦାମରେ ପୋଟାସିୟମ, କ୍ୟାଲସିୟମ୍‌ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ନର୍ଭସ୍‌ ସିଷ୍ଟମରେ ସୁଧାର ଆଣିଥାଏ । ବାଦାମ ପାନିକ୍‌ ଆଟାକ୍‌କୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ରାତିରେ ୧୫ଟି ବାଦାମକୁ ପାଣିରେ ବତୁରାଇ ରଖି ଦିଅନ୍ତୁ । ସକାଳୁ ଏହାର ପେଷ୍ଟ ତିଆରି କରି ଗରମ କ୍ଷୀରରେ ମିଶାଇ ପିଅନ୍ତୁ । ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ ।

nari.punjabkesari.in

୨.ଗ୍ରୀନ୍‌ ଟିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ହୋଇ ରହିଥାଏ । ଯାହା ମାନସିକ ଦୁଶ୍ଚିନ୍ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

୩.ଭିଟାମିନ୍‌ରେ ଭରପୂର ଥିବା କମଳା ମଧ୍ୟ ମାନସିକ ଦୁଶ୍ଚିନ୍ତା ଏବଂ ପାନିକ୍‌ ଆଟାକ୍‌ର ସମସ୍ୟାକୁ ଦୂର କରିଥାଏ । ପାନିକ୍‌ ଆଟାକ୍‌ ସମୟରେ ନ୍ୟୁରନ୍ସକୁ ଶାନ୍ତ କରିବା ପାଇଁ କମଳା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

nari.punjabkesari.in

୪.କୌଣସି କଥାକୁ ନେଇ ଅଧିକ ଚିନ୍ତା ନ କରି କାମରେ ମନ ଲଗାନ୍ତୁ । ଏହା ସହ ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ମାନସିକ ଦୁଶ୍ଚିନ୍ତା କମ୍‌ ହେବା ସହ ପାନିକ୍‌ ଆଟାକ୍‌ର ଆଶଙ୍କା ମଧ୍ୟ କମ ହୋଇଯିବ ।

ସମ୍ବନ୍ଧିତ ଖବର