ଘରେ ରହୁଥିବା କୀଟପତଙ୍ଗକୁ ନେଇ ଚିନ୍ତିତ କି? ଘରୁ ବିଦା କରିବା ପାଇଁ ଆପଣାନ୍ତୁ ଏହି ଉପାୟ

କିଛି  କୀଟ-ପତଙ୍ଗ ପାଗ ବଦଳିବା ସହ ଘରେ ଡ଼େରା ଜମାନ୍ତି ତ  କିଛି ସବୁବେଳେ ଘରେ ରହିଥାନ୍ତି, ଯେମିତିକି ମାଛି, ମଶା, ମୂଷା, ଝିଟିପିଟି ଇତ୍ୟାଦି ସବୁବେଳେ ଘରେ ଦେଖା ଯାଇଥାଆନ୍ତି । ଥରେ ଏମାନେ ଘରେ ରହିଗଲା ପରେ ସେମାନଙ୍କୁ ବାହାର କରିବା କଷ୍ଟ ହୋଇଥାଏ । ସେମାନଙ୍କୁ ବାହାର କରିବା ପାଇଁ ଆପଣମାନେ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର ସ୍ପ୍ରେ ବ୍ୟବହାର କରୁଥିଲେ ମଧ୍ୟ ତାହାର କୌଣସି ଫାଇଦା ମିଳି ନ ଥାଏ । ତେବେ ଆଜି ଆମେ ଆପଣଙ୍କ ଜଣାଇବୁ ଘରେ ଥିବା ଏହି କୀଟ-ପତଙ୍ଗମାନଙ୍କୁ ଆପଣମାନେ ଘରୁ ବାହାର କିପରି କରିବେ ।

୧. ଗୋଟେ ସେଓରେ ଲବଙ୍ଗ ରଖି ମାଛି ଅଧିକ ବସୁଥିବା ସ୍ଥାନରେ ରଖି ଦିଅନ୍ତୁ, ଏହା ପରେ ମାଛି ଆସିବା ବନ୍ଦ ହୋଇଯିବେ । ଏହା ସହ କର୍ପୁରକୁ ଜଳାଇ ଘର ଭିତରେ ଚାରିଆଡ଼େ ବୁଲାନ୍ତୁ । ଏହି ସମସ୍ୟା ଦୂର ହେବ ।

 

୨.ଘରେ ଝିଟିପିଟି ଅଧିକ ଥିଲେ ଘରର ସବୁ କାନ୍ଥ ଏବଂ ଝରକା-କବାଟରେ ରସୁଣକୁ ଟଙ୍ଗାଇ ଦିଅନ୍ତୁ, ଝିଟିପିଟି ଘରକୁ ପ୍ରବେଶ କରିବ ନାହିଁ ।

Meanderings and Reflections

୩.ପିମ୍ପୁଡ଼ି ଘରେ ରହିବା ଏକ ସାଧାରଣ କଥା । ମିଠା ଆସିବା ପରେ ସେଥିରେ ପିମ୍ପୁଡ଼ି ଲାଗିଥାଏ । କିନ୍ତୁ ଯଦି ଆପଣ ହ୍ଵାଇଟ୍‌ ଭିନେଗାରକୁ ଏକ ପାଣି ବାଲ୍‌ଟିରେ ମିଶାଇ ଘରକୁ ପୋଛା ଲଗାନ୍ତି, ତେବେ ଆପଣଙ୍କର ଏହି ସମସ୍ୟା ଦୂର ହେବ । ଏହା ସହ ତେଜପତ୍ରକୁ ଘରର କୋଣରେ ରଖିଲେ ପିମ୍ପୁଡ଼ି ଆସି ନଥାନ୍ତି ।

Jon Lieff

୪.ଘରେ ମୂଷା ଦେଖାଗଲେ ପୋଦିନା ପତ୍ରକୁ ପେଶି ଯେଉଁଠି ମୂଷା ଅଧିକ ଦେଖାଯାଉଛି ସେଇଠି ରଖି ଦିଅନ୍ତୁ । ଦେଖିବେ ମୂଷା ଆସିବା ବନ୍ଦ କରିଦେବ । ଏହା ସହ ପିଆଜକୁ କାଟି ମୂଷା ରହୁଥିବା ସ୍ଥାନରେ ରଖିଲେ ପିଆଜ ଗନ୍ଧରେ ମୂଷା ଆସି ନଥାଏ ।

RT.com

 

 

 

 

 

ସମ୍ବନ୍ଧିତ ଖବର