ମହଙ୍ଗା ଔଷଧ ନୁହେଁ, ଏହି ଘରୋଇ ଉପାୟ ଆପଣାଇ କରନ୍ତୁ ଡ଼େଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗର ଛୁଟି
ପାଗ ବଦଳିବା ସହ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ । ଏହା ମଧ୍ୟରୁ ଗୋଟେ ହେଲା ଡ଼େଙ୍ଗୁ ଏବଂ ଅନ୍ୟଟି ହେଲା ଚିକନଗୁନିଆ । ଏହି ଦୁଇଟି ରୋଗ ହେଲେ ହାତ-ଗୋଡ଼ ବିନ୍ଧା ହେବା, ଭୋକ କମ ଲାଗିବା, ବାନ୍ତି ହେବା, ଜ୍ୱର ହେବା, ଅଧିକ ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା, ଆଖି ବିନ୍ଧା, ଚର୍ମରେ ଲାଲ ଦାଗ ଆସିବା ଏବଂ ଆଖି ଏବଂ ନାକରୁ ରକ୍ତ ବାହାରିବା ଭଳି ଲକ୍ଷଣ ଦେଖା ଯାଇଥାଏ । ଏହି ଦୁଇଟି ରୋଗ ହେଲେ ଲୋକମାନେ ବଜାରରେ ମିଳୁଥିବା ମହଙ୍ଗା ଔଷଧ କିଣି ଖାଇଥାନ୍ତି । କିନ୍ତୁ ଆପଣ ଟଙ୍କା ଖର୍ଚ୍ଚ ନ କରି ଘରୋଇ ଉପାୟରେ ମଧ୍ୟ ଏହି ରୋଗକୁ ଭଲ କରି ପାରିବେ । ରୋଷେଇ ଘରେ ଥିବା ଏହି ଜିନିଷ ଆପଣଙ୍କୁ ଡ଼େଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗରୁ ଲଢ଼ିବାକୁ ଶକ୍ତି ଦେବ ।
Sambad is now on WhatsApp
Join and get latest news updates delivered to you via WhatsApp
୧. ଗୋଟେ ପଇଡ଼ ପାଣିରେ ୩ଗ୍ରାମ୍ ଫାଇବର ଏବଂ ୨ଗ୍ରାମ ପ୍ରୋଟିନ୍ ରହିଥାଏ । ଏହା ସହ ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍ ସି, ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡ଼ିୟମ, ମିନେରାଲ୍ସ,ଏନ୍ଜାଇମ୍,ଏମିନୋ ଏସିଡ଼୍, ସାଇଟୋକାଇନ୍ ଏବଂ କ୍ୟାଲ୍ସିୟମ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡ଼େଙ୍ଗୁ ହେଲେ ଦିନକୁ ଗୋଟେ ଥର ପଇଡ଼ ପାଣି ନିଶ୍ଚୟ ପିଅନ୍ତୁ ।
୨. ଡ଼େଙ୍ଗୁ ହେଲେ ତୁଳସୀ ପତ୍ରର ସେବନ ଲାଭଦାୟକ ହୋଇଥାଏ । ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଦିନକୁ ୩-୪ଥର ପିଇବା ଆରମ୍ଭ କରନ୍ତୁ । ଏପରି କଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
୩. ଡ଼େଙ୍ଗୁ ରୋଗୀଙ୍କୁ ମେଥିର ପାଣି ପିଇବାକୁ ଦିଅନ୍ତୁ । ଏହି ପାଣି ପିିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହା ଡ଼େଙ୍ଗୁର ଭାଇରସକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
୪. ଡ଼େଙ୍ଗୁ ରୋଗ ହୋଇଥିଲେ ଭଣ୍ଡା ଖାଇବା ଅତ୍ୟନ୍ତ ଜରୁରୀ । ଏହାର ଜୁସ୍ ରକ୍ତରେ ଥିବା ପ୍ଲେଟ୍ଲେଟ୍ସକୁ ଖୁବ୍ ଶୀଘ୍ର ବଢ଼ାଇଥାଏ ।