ଘରେ ଥିବା ମୂଷା ଚିନ୍ତାର କାରଣ ପାଲଟିଛନ୍ତି କି? ବାହାର କରିବା ପାଇଁ କରନ୍ତୁ ଏହି କାମ

0 1,784

ଘରକୁ ମୂଷା ଆସିବା ପରେ ଲୋକମାନେ ସେମାନଙ୍କୁ ଘରୁ କିପରି ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କାରଣ ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରି ଦେଇଥାନ୍ତି । ଏହା ସହ ସେମାନଙ୍କଠାରୁ ଆସୁଥିବା ଜୀବାଣୁର ସଂସ୍ପର୍ଶରେ ଆସିବା ପରେ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ମୂଷାମାନଙ୍କୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଯାହାର କୌଣସି ସୁଫଳ ମିଳି ନ ଥାଏ । ଔଷଧର ପ୍ରଭାବ ସରିବା ପରେ ମୂଷାମାନେ ପୁଣି ଘରେ ଜିନିଷ ନଷ୍ଟ କରିବାରେ ଲାଗି ଯାଇଥାନ୍ତି । ଆସନ୍ତୁ ଜାଣିବା ଏହି ସମସ୍ୟାରୁ ରକ୍ଷା ପାଇବାର କିଛି ଘରୋଇ ଉପାୟ।

୧.ମୂଷାକୁ ଘରୁ ବାହାର କରିବା ପାଇଁ ପିଆଜ ବ୍ୟବହାର କରନ୍ତୁ । ମୂଷାମାନଙ୍କୁ ପିଆଜର ଗନ୍ଧ ପସନ୍ଦ ହୋଇ ନଥାଏ। ଘରର ଯେଉଁଠି ମୂଷା ଥିବା ଦେଖୁଛନ୍ତି ସେଠାରେ ପିଆଜର ଏକ ଖଣ୍ଡ ରଖିଦିଅନ୍ତୁ । କିଛି ଦିନ ପରେ ପ୍ରଭାବ ଜାଣି ପାରିବେ ।

nari.punjabkesari.in

୨.ଘରର ଯେଉଁଠି ମୂଷା ଦେଖୁଛନ୍ତି ସେଠାରେ ଗୋବର ରଖନ୍ତୁ । ଗୋବରକୁ ଖାଇବା ପରେ ମୂଷା ପେଟରେ ସଂକ୍ରମଣ ହେବା ସହ ସେ ମରି ଯାଇଥାଏ ।
୩.ତେଜପତ୍ରର ସୁଗନ୍ଧ ମୂଷାମାନଙ୍କୁ ମିଠା ଲାଗୁଥିବା ବେଳେ ସେମାନେ ତେଜପତ୍ରକୁ ଖାଇ ଦେଇଥାନ୍ତି । ଏହାକୁ ଖାଇବାର କିଛି ସମୟ ପରେ ସେ ମୃତ୍ୟୁବରଣ କରିଥାନ୍ତି । ଘରୁ ମୂଷାକୁ ବାହାର କରିବା ପାଇଁ ଏ ଉପାୟ ମଧ୍ୟ ଆପଣାଇ ପାରିବେ ।

nari.punjabkesari.in

୪.ଗୋଲ ମରିଚ ଚୁନାକୁ ପାଣିରେ ମିଶାଇ ମୂଷା ରହୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଏପରି କଲେ ମୂଷା ଘର ଛାଡ଼ି ଚାଲିଯିବେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.