ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଶିକାର କି? କରନ୍ତୁ ଘରୋଇ ଉପଚାର

ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଶିକାର କି? ଆଜିକାଲି ଅନେକଙ୍କ ଠାରେ ଏହି ସମସ୍ୟା ଦେଖାଯାଇଥାଏ। ମାତ୍ରାଧିକ ଭାବେ ଗଣ୍ଠିଗୁଡ଼ିକର ବ୍ୟବହାର ଜନିତ ଚାପ, ବୟସାଧିକ୍ୟ ଓ ଅନ୍ୟ ଶାରୀରିକ ସମସ୍ୟା ହେତୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ। ଡାକ୍ତରୀ ପଦ୍ଧତିରେ ଏହାର ଚିକିତ୍ସା ରହିଛି, ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏହାର ଉପଶମ କରାଯାଇପାରିବ। ଏହି ସବୁ ଉପାୟରେ ହୋଇପାରିବ ଆଣ୍ଠୁଗର୍ଠି ଯନ୍ତ୍ରଣାର ଉପଚାର।

କଡ୍‌ ମାଛ ତେଲ(କଡ୍‌ ଲିଭର ଅଏଲ୍‌): ଏହି ତେଲରେ ଓମେଗା-୩ ଚର୍ବି ବହୁଳ ପରିମାଣରେ ଥାଏ। ଏହା ଯନ୍ତ୍ରଣା ହ୍ରାସ କରେ। କଡ୍‌ ମାଛ ତେଲରେ ଭିଟାମିନ୍‌ ‘ଏ’ ଓ ‘ଡ଼ି’ ମଧ୍ୟ ରହିଥାଏ। ତେଣୁ ଏହାକୁ ଗଣ୍ଠିରେ ମାଲିସ କଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ରସୁଣ: ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ କିଛି ରସୁଣ ଓ ଲବଙ୍ଗ ବଟ୍‌ରରେ ଭାଜି ଖାଆନ୍ତୁ। ରସୁଣ ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ, ତେଣୁ ଏହା ମୃତ ସ୍ନାୟୁକୁ ଜୀବିତ କରାଇଥାଏ।

ହଳଦୀ: ହଳଦୀକୁ କ୍ଷୀର କିମ୍ବା ପାଣିରେ ଗୋଳାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ। ଯନ୍ତ୍ରଣା ହ୍ରାସ ପାଇବ।

ଗାଜର: ଗାଜରରେ ବିଟା-କାରୋଟିନ୍‌ ନାମକ ତତ୍ତ୍ୱ ରହିଛି। ଏହା ଅସ୍ଥିର ଲିଗାମେଣ୍ଟକୁ ଶକ୍ତିଶାଳୀ କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ଲେମ୍ବୁ ଓ ଗାଜରର ଜୁସ୍‌ ପ୍ରସ୍ତୁତ କରି ଦିଅନ୍ତୁ। ଏହା କ୍ରମଶଃ ଯନ୍ତ୍ରଣା କମାଇବ।

ଅଦା: ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଚାର ଲାଗି ଅଦା ବେଶ୍‌ ଉପକାରୀ। ଅଦାକୁ ଛେଚି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ। ଏଥିସହ ଖାଦ୍ୟରେ ଅଦାର ପରିମାଣ ଯଥେଷ୍ଟ ରଖିବା ଜରୁରୀ।

ସମ୍ବନ୍ଧିତ ଖବର