ମହୁ ସହ ଏହାକୁ ମିଶାଇ ସେବନ କରିଲେ ମିଳିଥାଏ ଅନେକ ପ୍ରକାରର ଲାଭ

ଆମେ ଅନେକ ସମୟରେ ଖାଲି ମହୁ ଖାଇଥାଉ। ହେଲେ ଜାଣନ୍ତି କି  ମହୁ ସହ ଅଁଳା ମିଶାଇ ସେବନ କରିଲେ ଅନେକ ପ୍ରକାରର ଲାଭ ମିଳିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା….

(୧)-ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।

(୨)-ମହୁରେ ଅଁଳା ମିଶାଇ ଖାଇଲେ ହଜମ କ୍ରିୟା ସୁସ୍ଥ ରହେ। ଏସିଡିଟି ଭଳି ସମସ୍ୟା ଦେଖା ଦେଇ ନଥାଏ। ତା’ଛଡ଼ା ଭୋକ ମଧ୍ୟ ଲାଗେ।

(୩)-ଅଁଳା ଓ ମହୁକୁ ମିଶାଇ ସେବନ କରିଲେ ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟ୍‌ ବି ବଢ଼ିଥାଏ। ଖାଲି ସେତିକି ନୁହେଁ ମଧୁମେହ ଓ ମୂତ୍ରଜନିତ ରୋଗରୁ ବି ସୁରକ୍ଷା ମିଳିଥାଏ।

 

Image result for honey amla recipe
photo-indiamart.com

(୪)-ଏହା ଆଣ୍ଟିଏଜିଂ ଭଳି ମଧ୍ୟ କାମ କରିଥାଏ।

(୫)-ଯକୃତକୁ ଏହା ଅଧିକ ଶକ୍ତିଶାଳୀ କରିଥାଏ। ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିଥାଏ।

(୬)ଅଁଳା ଓ ମହୁକୁ ଏକା ସାଙ୍ଗେ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

(୭)ନିୟମିତ ଭାବେ ଅଁଳା ଓ ମହୁକୁ ମିଶାଇ ସେବନ କରିଲେ ଓଜନ ମଧ୍ୟ ହ୍ରାସ ପାଇଥାଏ।

ସମ୍ବନ୍ଧିତ ଖବର