ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମାତାପିତାଙ୍କ ପରାମର୍ଶ ବରଦାନ ସାବ୍ୟସ୍ତ ହେବ। ଆପଣ ନିଜର କୌଣସି ଜରୁରୀ କାମ ସ˚ପୂର୍ଣ୍ଣ କରିନେବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

ବୃଷ: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୩।

ମିଥୁନ: ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପୁରୁଣା ମିତ୍ରଙ୍କ ସହିତ ଖାସ୍‌ କଥା ଉପରେ ଆଲୋଚନା କରିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

କର୍କଟ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପ୍ରିୟଜନ ମିଳନ। ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୩।

ସି˚ହ: ଆଜି ଆପଣ ସୂର୍ଯ୍ୟ ଭଳି ଚମକିବେ। କୌଣସି ଖାସ୍‌ କାମ ପାଇଁ ମନରେ ବିଚାର ଆସିବ। ଅଧିକତର କାମ ସମୟରେ ସମାପ୍ତ କରିବାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

କନ୍ୟା: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ; ବେପାର ବୃତ୍ତିରୁ ଲାଭ ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ପରିବାରରେ ଖୁସି ବୃଦ୍ଧି ହୋଇପାରେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୩।

ତୁଳା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ବିଛା: ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରରେ ଅଚାନକ ଲାଭ ହେବ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସନ୍ଧ୍ୟା ଅତିବାହିତ ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

ଧନୁ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

ମକର: ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ଭରପୂର ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ନାରଙ୍ଗୀ। ଶୁଭସ˚ଖ୍ୟା: ୩।

କୁମ୍ଭ: ଦିନଟି ଶୁଭପ୍ରଦ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ସରକାରୀ କାମରେ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମୀନ: ଅଫିସ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ମାତାପିତାଙ୍କ ଆଶୀର୍ବାଦ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ସମ୍ବନ୍ଧିତ ଖବର