ସକାଳେ ଉଷୁମ ପାଣି ପିଇଲେ,ପୁରାତନ ରୋଗ ଭଲ ହୋଇଥାଏ।ଏହା ମସ୍ତିଷ୍କର ସୁରକ୍ଷା କରିଥାଏ। ଯେଉଁମାନେ ମାନସିକ ଅବସାଦର ଶିକାର ହୋଇଥା’ନ୍ତି,ସେମାନଙ୍କ ପାଇଁ ଏହା ମହୌଷଧି ସଦୃଶ। ଗବେଷଣାରୁ ଜଣାଯାଇଛି ଯେ, ପ୍ରତ୍ୟହ ଉଷୁମ ହଳଦୀ ପାଣି ପିଇଲେ,ମନୁଷ୍ୟର ବାର୍ଦ୍ଧକ୍ୟଜନିତ ସମସ୍ୟା ଦୂରୀଭୂତ ହୋଇଥାଏ ଏବଂ ମନୁଷ୍ୟ ଯୁବା ଦିିଶିଥାଏ।ଉଷୁମ ହଳଦୀ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ।ଏହା ବ୍ଲଡ଼୍ କ୍ଲଟିଂକୁ ବି ରୋକିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ହଳଦୀରେ କରକ୍ୟୁମିନ୍ ନାମକ ଏକ ଉପାଦାନ ଥାଏ,ଯାହା ଶକ୍ତିଶାଳୀ ଆଣ୍ଟି ଅକ୍ସିଡ଼େଣ୍ଟ୍ ଭାବେ ପରିଚିତ।ଏଥିରେ କର୍କଟ ରୋଗର ପ୍ରତିରୋଧ କରିବାର କ୍ଷମତା ରହିଛି। କରକ୍ୟୁମିନ୍ ହୃଦୟକୁ ସୁରକ୍ଷା ଦେଇଥାଏ। ଫଳତଃ ହୃଦ୍ରୋଗର ଆଶଙ୍କା ବି କମିଯାଇଥାଏ।
ବାୟୋଲୋଜିକାଲ ଆଣ୍ଡ୍ ଫାର୍ମାସିଟିକାଲ୍ ବୁଲେଟିନ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ହଳଦୀରେ ମଧ୍ୟ ନିବାରଣ କରକ୍ୟୁମିନ୍ ମନୁଷ୍ୟର ହୃଦୟଜନିତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆର୍ଥେରାଇଟ୍ସ ଭଳି ରୋଗର ମଧ୍ୟ ନିବାରଣ ହୋଇଥାଏ।
ବାୟୋକେମିଷ୍ଟ୍ରି ଓ ବାୟୋ ଫିଜିକାଲ୍ ରିସର୍ଜ କମ୍ୟୁନିକେସନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉଷୁମ ହଦଳୀ ପାଣି ପିଇଲେ ଟାଇପ୍- ଟୁ ଡ଼ାଏବେଟିସ ରୋଗର ନିରାକରଣ ସମ୍ଭବ।ଏହା ମଣିଷର ଯକୃତକୁ ଅଧିକ ସୁସ୍ଥ ରଖିଥାଏ।ଏହା ଯକୃତ କୋଷ ଗୁଡ଼ିକର ମଧ୍ୟ ସୁରକ୍ଷା କରିଥାଏ।