ଗୋଡ଼ ଉପରେ ଗୋଡ଼ ପକାଇ ବସୁଛନ୍ତି କି ? ହୋଇପାରେ ଏହି ଅସୁବିଧା

ନୂଆଦିଲ୍ଲୀ : ଚଲାବୁଲା ,ବସାଉଠା ଆଦି ଆମ ଦୈନନ୍ଦିନ ଜୀବନ ସାଧାରଣ ଅଭ୍ୟାସ ହୋଇଥିଲେ ମଧ୍ୟ ଏଥିରେ କିଛିଟା ଭୁଲ ଆମ ଶରୀରରେ ଅନେକ ରୋଗର କାରଣ ପାଲଟିଥାଏ । ଏହି କାରଣ ବଶତଃ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏକ ଭଙ୍ଗୀରେ ବସିବା ଦ୍ୱାରା ଅଣ୍ଟା, ଗୋଡ଼ , ପିଠି ଆଦିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଡ଼ାକ୍ତରୀ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଭୁଲ ଭଙ୍ଗୀରେ ବସିବା ଅନେକ ରୋଗର କାରଣ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏକ ସାଧାରଣ ବସିବା ଭଙ୍ଗୀ ଗୋଡ଼ ଉପରେ ଗୋଡ଼ ପକାଇବା ଶରୀର ପ୍ରତି ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ କ’ଣ ହୋଇଥାଏ ।

twitter.com

ସାଧାରଣତଃ ଅନେକ ବ୍ୟକ୍ତି ଗୋଡ଼ ଉପରେ ଗୋଡ଼ ପକାଇ ବସିବା ପାଇଁ ଭଲ ପାଇଥାନ୍ତି। ଏହାକୁ ରାଜକୀୟ ଭଙ୍ଗୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏହି ରାଜକୀୟ ଭଙ୍ଗୀ ଅନେକ ରୋଗର କାରଣ ହୋଇଥାଏ । ଏହି ଭଙ୍ଗୀ ଦ୍ୱାରା ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ଏଣୁ ସବୁବେଳେ ୧୫-୨୦ ମିନିଟ ମଧ୍ୟରେ ନିଜର ବସିବା ଭଙ୍ଗୀ ପରିବର୍ତ୍ତନ କରିବା ଦରକାର। ତେଣୁ ଏହା ଉପରେ ଧ୍ୟାନ ଦିଅନ୍ତୁ ।

Man Repeller

ଗୋଡ଼ ଉପରେ ଗୋଡ଼ ପକାଇ ବସିବା ଦ୍ୱାରା ପାଚନ ପ୍ରକ୍ରିୟାରେ ଅନେକ ପ୍ରକାରର ଅସୁବିଧା ଉପୁଜିଥାଏ । ଏପରି ବସିବା ଦ୍ୱାରା ଅନେକ ଶିରା ପ୍ରଶିରାରେ ରକ୍ତର ପ୍ରଭାବ ହେବା ଭଳି ସମସ୍ୟା ଉପୁଜିଥାଏ । ଏଥିପାଇଁ ଅଧିକ ସମୟ ଧରି ଏପରି ଭଙ୍ଗୀରେ ବସନ୍ତୁ ନାହିଁ ।

ସମ୍ବନ୍ଧିତ ଖବର