ଦିନରେ କେତେବେଳେ ଏବଂ ଖାଇବାର କେତେ ସମୟ ପରେ ପାଣି ପିଇବା ଦରକାର, ଆସନ୍ତୁ ଜାଣିବା

ପାଣି ପିଇବା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଗୋଟେ ଦିନରେ ଅତି କମରେ ୮ଗ୍ଲାସ ପାଣି ପିଇବା ନିହାତି ଦରକାର । ଖରାଦିନେ ଶରୀରରେ ପାଣିର ଅଂଶ କମ ହେବାରୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଖରାଦିନେ ଡ଼ିହାଇଡ଼୍ରେସନରୁ ବଞ୍ଚିବା ପାଇଁ ଅଧିକ ପରିମାଣରେ ତରଳ ପଦାର୍ଥ ଖାଇବା ନିହାତି ଆବଶ୍ୟକ । ସେଭଳି ଭାବରେ ଭୁଲ ସମୟରେ ପାଣି ପିଇବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ । ଖାଇବାର ତୁରନ୍ତ ପରେ ପାଣି ପିଇବା, ତରବରିଆ ଭାବରେ ପାଣି ପିଇବା ବା ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ । ସେଥିପାଇଁ ଖାଦ୍ୟ ଖାଇବାର କେତେ ସମୟ ପରେ ଏବଂ ଦିନର କେଉଁ ସମୟରେ ପାଣି ପିିଇବା ଦରକାର ସେ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ ।

rd.com

ଆର୍ୟୁବେଦ ଅନୁସାରେ ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇଲେ ତାହା ବିଷ ସମାନ ହୋଇଥାଏ । ଏହା ଦ୍ୱାରା ପାଚନକ୍ରିୟା ଅଧିକ ପ୍ରଭାବିତ ହୋଇଥାଏ । ଖାଦ୍ୟ ଖାଇବା ପରେ ଏକ ପାଚକ ରସ ବାହାରି ଥାଏ । ଯାହା ଖାଦ୍ୟକୁ ହଜମ କରିଥାଏ । କିନ୍ତୁ ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇଲେ ଏହି ରସ ବାହାରିବା ବନ୍ଦ ହୋଇ ଯାଇଥାଏା ଯାହା ଫଳରେ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ପାରି ନ ଥାଏ । ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଉପୁଜିଥାଏ । ଏଭଳି ସମସ୍ୟାରୁ ବଞ୍ଚିବା ପାଇଁ ଖାଦ୍ୟ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ । ଏବେ ଦିନର କେଉଁ ସମୟରେ ପାଣି ପିଇବା ଦରକାର ଆସନ୍ତୁ ଜାଣିବା।

NDTV Food

୧.ସକାଳୁ ଉଠିବା ପରେ ଖାଲି ପେଟରେ ପାଣି ନିଶ୍ଚୟ ପିଅନ୍ତୁ । ଏପରି କଲେ ଶରୀରର ବିଷାକ୍ତ ଜିନିଷ ବାହାରି ଯାଇଥାଏ ।
୨. ଯେଉଁ ଲୋକମାନଙ୍କୁ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି । ସେମାନଙ୍କୁ ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ । ଏପରି କଲେ ରକ୍ତଚାପ କମ ହୋଇଥାଏ ।
୩.ପାଚନକ୍ରିୟାକୁ ସୁସ୍ଥ ରଖିବା ପାଇଁ ଖାଇବାର ୪୦ ମିନିଟ୍‌ ପୂର୍ବରୁ ଗୋଟେ ଗ୍ଲାସ ପାଣିର ସେବନ କରନ୍ତୁ ।
୪. ରାତିରେ ଶୋଇବା ପୂର୍ବରୁ ମୃଦୁପାନୀୟ ବା କୌଣସି ପ୍ରକାରର ଜୁସ୍‌ ପିଅନ୍ତୁ ନାହିଁ । କିନ୍ତୁ ଶୋଇବାର ଏକ ଘଣ୍ଟା ପୂର୍ବରୁ ପାଣି ନିଶ୍ଚୟ ପିଅନ୍ତୁ ।

ସମ୍ବନ୍ଧିତ ଖବର