ବଦଳୁଥିବା ପାଗ ସହିତ ନିଜକୁ ଫିଟ୍‌ ରଖନ୍ତୁ, ଆପଣାନ୍ତୁ ଏହି ଟିପ୍ସ

କିଛି ଦିନ ହେବ ଶୀତ କମିବା ସହ ଖରା ବଢ଼ିବାରେ ଲାଗିଛି । ଦିନରେ ଗରମ ହେଉଥିବା ବେଳେ ରାତିରେ ଟିକେ ଟିକେ ଶୀତ ଅନୁଭୂତ ହେଉଛି । ଏହା ହେବା ସ୍ୱାଭାବିକ ବି, କିନ୍ତୁ ଆପଣ ଜାଣିଛନ୍ତି କି ଏପରି ବଦଳୁଥିବା ପାଗ ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପକାଏ? ଏହି ସମୟରେ ଶରୀରରେ ବିଭିନ୍ନ ରୋଗ ଦେଖା ଯାଇଥାଏ । ଯେମିତିକି ଥଣ୍ଡା, କାଶ, ଛିଙ୍କ,ଜ୍ୱର,ଛାତି ବିନ୍ଧିବା ଇତ୍ୟାଦି ।ଏପରି ସମୟରେ ଆପଣ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଏହି ସମସ୍ୟାକୁ ଦୂରେଇ ପାରିବେ । ତେବେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସହ ଏଭଳି କିଛି ନ ଘଟୁ ତେବେ ଏହି କେତୋଟି ଟିପ୍ସ ଆପଣାନ୍ତୁ ।

୧.ବାହାର ଖାଦ୍ୟ କମ୍‌ ଖାଇବା ସହ ପୁଷ୍ଟିକର ଖାଦ୍ୟ ନିୟମିତ ଖାଆନ୍ତୁ । ଏହା ଦ୍ୱାରା ରୋଗପ୍ରତିଷେଧକ ଶକ୍ତି ବଢ଼ିଥାଏ ।

Health Cautions

୨.ମାନସିକ ଦୁଶ୍ଚିନ୍ତା ହେଉଛି ଏକ ବଡ଼ ରୋଗ । ଏହାଠାରୁ ସବୁବେଳେ ଦୂରେଇ ରହିବା ଭଲ । ତେବେ ଏଥିପାଇଁ ପ୍ରାତଃ ଭ୍ରମଣ କରିବା ସହ ଯୋଗ କରନ୍ତୁ ଏହି ସମସ୍ୟା ଦୂର ହେବ ।

୩.ଏହି ପରି ପାଗରେ ସକାଳେ ଏବଂ ସନ୍ଧ୍ୟାରେ ହାଲ୍‌କା ଗରମ ପୋଷାକ ପିନ୍ଧନ୍ତୁ । ଯାହା ଦ୍ୱାରା ଥଣ୍ଡାରୁ ଆପଣ ମୁକ୍ତ ରହି ପାରିବେ ।

YouTube

୪.ଭଲ ନିଦ୍ରା ଆପଣଙ୍କ ଶରୀର ଅତି ଆବଶ୍ୟକ । ଠିକ୍‌ ଭାବରେ ନିଦ ନ ହେଲେ ରୋଗ ପ୍ରତିରୋଧକ ଶକ୍ତି କମ ହେବା ସହ ବିଭିନ୍ନ ରୋଗ ଦେଖାଯାଇଥାଏ ।

୫.ଭିଡ଼ ଥିବା ସ୍ଥାନରେ ନାକ ଏବଂ ମୁହଁକୁ ଘୋଡ଼ାଇ ରଖନ୍ତୁ । ଏହା ଦ୍ୱାରା ଅନେକ ରୋଗରୁ ଦୂରେଇ ରହିପାରିବେ।

YouTube
ସମ୍ବନ୍ଧିତ ଖବର