ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ, ହେବେ ନାହିଁ ରୋଗଗ୍ରସ୍ତ

ଶରୀରକୁ ସୁସ୍ଥ ଏବଂ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରଖିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିତାନ୍ତ ଆବଶ୍ୟକ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ ତେବେ ଶରୀରକୁ ରୋଗଗ୍ରସ୍ତ କରାଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ ରଖିବା ସହ ପ୍ରତିଦିନର ଖାଦ୍ୟରେ ଏହାକୁ ବଢ଼ାଉଥିବା ତତ୍ତ୍ୱ ରହିବା ଅତ୍ୟନ୍ତ ଜରୁରୀ । ଆସନ୍ତୁ ଜାଣିବା ସେ ବିଷୟରେ….

୧.ପ୍ରତିଦିନ ରାତିରେ ୮-୧୦ଟି ବାଦାମ ପାଣିରେ ରଖି ସକାଳୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏଥିରେ ଥିବା ଫାଇବର ପେଟଜନିତ ସମସ୍ୟା ଦୂର କରି ପେଟକୁ ସୁସ୍ଥ ରଖିଥାଏ ।

Organic Facts

୨.ବ୍ରୋକ୍‌ଲିରେ ଭିଟାମିନ A ଏବଂ C, ପ୍ରୋଟିନ୍‌,କ୍ୟାଲ୍‌ସିୟମ ସହ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ ହୃଦ୍‌ଜନିତ ସମସ୍ୟା ଦେଖା ଯାଇଥାଏ ।

Times of India

୩. ରସୁଣରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଶରୀରକୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ଆକ୍ରମଣରୁ ସୁରକ୍ଷା ଦେଇଥାଏ ।
୪.ଗ୍ରୀନ୍‌ ଟି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏହାକୁ ୧-୨କପ୍‌ ଚା’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ସମ୍ବନ୍ଧିତ ଖବର