ସୁସ୍ଥ ରହିବା ପାଇଁ ଏଭଳି ଭାବରେ ନିଜ ଭିତରେ ଥିବା ରାବଣର ନାଶ କରନ୍ତୁ !

ଆଜିକାଲିକା ଯୁଗରେ ସମସ୍ତଙ୍କର ରାବଣ ପାଲଟିଛି ସେମାନଙ୍କ ମଧ୍ୟରେ ଥିବା ରୋଗ । ଯାହାକୁ ନାଶ କରିବା ନିହାତି ଆବଶ୍ୟକ । କିନ୍ତୁ ଲୋକମାନେ ନିଜ ପ୍ରତିଦିନର କାମରେ ଏତେ ବ୍ୟସ୍ତ ରହୁଛନ୍ତି । ଯାହା ପାଇଁ ସେମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କାମରେ ବ୍ୟସ୍ତତା ହେତୁ ଅନେକ ଶାରୀରିକ ସମସ୍ୟା ହେଉଥିବା ବେଳେ ଠିକ୍‌ ସମୟରେ ଏହାର ଚିକିତ୍ସା କରାଯାଉ ନଥିବାରୁ ପରବର୍ତ୍ତି ମୂହୁର୍ତ୍ତରେ ଏହା ଗମ୍ଭୀର ଋପ ଧାରଣ କରୁଛି । ଏ ସବୁ ସମସ୍ୟା ମଧ୍ୟରେ କିଛି ଜରୁରୀ ଟିପ୍ସ ଆପଣାଇ ଆପଣମାନେ ଏ ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…..

୧.ଅବସାଦଗ୍ରସ୍ତ ଏବେ ଏକ ଏଭଳି ସମସ୍ୟା ପାଲଟିଛି । ଯାହା ପ୍ରାୟ ସମସ୍ତଙ୍କୁ ଗ୍ରାସ କରୁଛି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କାମରୁ ବିରତି ନେଇ ବାହାରକୁ ବୁଲିଯିବା ନିହାତି ଆବଶ୍ୟକ । ଏହା ସହ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଦରକାର । ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । ଯାହାଦ୍ୱାରା ଅବସାଦ ଦୂର ହୋଇଥାଏ ।
୨.ହୃଦୟ ସହ ଜଡ଼ିତ ରୋଗର ମୁଖ୍ୟ କାରଣ ଉଚ୍ଚ ବା ନିମ୍ନ ରକ୍ତଚାପ ହୋଇଥାଏ । ଯଦି ଆପଣଙ୍କର ଧୂମପାନ କରିବା ଭଳି କିଛି ଖରାପ ଅଭ୍ୟାସ ରହିଛି । ତେବେ ଏହାକୁ ତୁରନ୍ତ ବଦଳାନ୍ତୁ ।

Femina.in

୩.ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହା ସହ ୫ମିନିଟ୍‌ ଚାଲିବାର ଅଭ୍ୟାସ କରନ୍ତୁ । ବ୍ୟାୟମ ସହ ଉଚିତ୍‌ ଆହାର ଶରୀରକୁ ସୁସ୍ଥ ରଖିଥାଏ ।

ସମ୍ବନ୍ଧିତ ଖବର