ଖରାଦିନେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼ିଥାଏ । କାରଣ ଖରା ସିଧା ସଳଖ ଭାବେ ତ୍ୱଚା ଉପରେ ପଡ଼ିବା ପରେ ଅନେକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଖାସ୍ କରି ଟ୍ୟାନିଂ ଏବଂ ଚର୍ମ ସିଝିଜିବା ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ନିଜକୁ ଦୂରରେ ରଖି ତ୍ୱଚାରେ ଚମକ ଆଣିବା ପାଇଁ ହେଲେ ଆପଣାନ୍ତୁ ଏହି ୪ଟି ଟିପ୍ସ.....
୧. ସାରା ଦିନ ଖରାରେ ବୁଲିବା ପରେ ଘରେ ପହଞ୍ଚି ମୁହଁରେ ଆଲୋଭେରା ଜେଲ ଲଗାନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାକୁ ଆରାମ ମିଳିବା ସହ ତ୍ୱଚାରେ ଚମକ ଆସିବ ।
 Indian Makeup and Beauty Blog୨. ଖରାଦିନେ ଗୋଲାପ ଜଳ ବ୍ୟବହାର କରିବା ଭଲ । ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହ ତ୍ୱଚାରେ ଥିବା ତୈଳ ଅଂଶକୁ ବାହାର କରିଥାଏ । ଗୋଟେ ପାତ୍ରରେ ଗୋଲାପ ଜଳ ନେଇ ଫ୍ରିଜ୍ରେ ରଖନ୍ତୁ । ଥଣ୍ଡା ହେବା ପରେ ଏହାକୁ ବ୍ୟବହାର କରନ୍ତୁ । ଖରାରେ ମୁହଁ ସିଝିବା ଭଳି ଅନୁଭବ ହେଉଥିଲେ ଗୋଲାପ ଜଳରେ ତରଭୂଜ ରସ ମିଶାଇ ଲଗାନ୍ତୁ । ଆରାମ ମିଳିବ ।
୩. ଖରାଦିନେ ତୈଳଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ତ୍ୱଚା ଆହୁରି ଖରାପ ହୋଇଯିବ ।
 Allure୪. ଘରୁ ବାହାରକୁ ଯିବା ସମୟରେ ମୁହଁକୁ ଭଲ ଭାବରେ ଘୋଡ଼ାଇ ରଖିବା ସହ କଳା ଚଷମା ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ନିଜ ତ୍ୱଚାକୁ ଖରାର ପ୍ରଭାବରୁ ରକ୍ଷା କରି ପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/istock_000015490388small.jpg)