ଖରାଦିନେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼ିଥାଏ । କାରଣ ଖରା ସିଧା ସଳଖ ଭାବେ ତ୍ୱଚା ଉପରେ ପଡ଼ିବା ପରେ ଅନେକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଖାସ୍ କରି ଟ୍ୟାନିଂ ଏବଂ ଚର୍ମ ସିଝିଜିବା ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ନିଜକୁ ଦୂରରେ ରଖି ତ୍ୱଚାରେ ଚମକ ଆଣିବା ପାଇଁ ହେଲେ ଆପଣାନ୍ତୁ ଏହି ୪ଟି ଟିପ୍ସ.....
୧. ସାରା ଦିନ ଖରାରେ ବୁଲିବା ପରେ ଘରେ ପହଞ୍ଚି ମୁହଁରେ ଆଲୋଭେରା ଜେଲ ଲଗାନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାକୁ ଆରାମ ମିଳିବା ସହ ତ୍ୱଚାରେ ଚମକ ଆସିବ ।
/sambad/media/post_attachments/wp-content/uploads/2019/06/10-Reasons-to-Use-Aloe-Vera-on-Face-and-Skin-300x200.jpg)
୨. ଖରାଦିନେ ଗୋଲାପ ଜଳ ବ୍ୟବହାର କରିବା ଭଲ । ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହ ତ୍ୱଚାରେ ଥିବା ତୈଳ ଅଂଶକୁ ବାହାର କରିଥାଏ । ଗୋଟେ ପାତ୍ରରେ ଗୋଲାପ ଜଳ ନେଇ ଫ୍ରିଜ୍ରେ ରଖନ୍ତୁ । ଥଣ୍ଡା ହେବା ପରେ ଏହାକୁ ବ୍ୟବହାର କରନ୍ତୁ । ଖରାରେ ମୁହଁ ସିଝିବା ଭଳି ଅନୁଭବ ହେଉଥିଲେ ଗୋଲାପ ଜଳରେ ତରଭୂଜ ରସ ମିଶାଇ ଲଗାନ୍ତୁ । ଆରାମ ମିଳିବ ।
୩. ଖରାଦିନେ ତୈଳଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ତ୍ୱଚା ଆହୁରି ଖରାପ ହୋଇଯିବ ।
/sambad/media/post_attachments/wp-content/uploads/2019/06/primer-lede-300x169.jpg)
୪. ଘରୁ ବାହାରକୁ ଯିବା ସମୟରେ ମୁହଁକୁ ଭଲ ଭାବରେ ଘୋଡ଼ାଇ ରଖିବା ସହ କଳା ଚଷମା ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ନିଜ ତ୍ୱଚାକୁ ଖରାର ପ୍ରଭାବରୁ ରକ୍ଷା କରି ପାରିବେ ।