ଜୀବନରେ ଖୁସିରେ ରହିବାକୁ ହେଲେ ଆପଣାନ୍ତୁ ଏହି ସବୁ ଉପାୟ!

ଜୀବନକୁ ନେଇ ପ୍ରତ୍ୟେକଙ୍କ ବିଚାର ଭିନ୍ନ। ତେବେ ଜୀବନ ହେଉଛି ଏମିତି ଏକ ଦୁର୍ଲଭ ଜିନିଷ, ଯାହାକି ଆମକୁ ବଡ଼ ଭାଗ୍ୟରୁ ହିଁ ମିଳିଥାଏ। ଯଦି ଥରେ ମାତ୍ର ଆମ ଜୀବନର ଶେଷ ହୁଏ ତ ତେବେ ଆମକୁ ତାହାକୁ ଆଉ ଫେରିପାଉନା। ତେଣୁ ଜୀବନକୁ ଆନନ୍ଦର ସହ ଅତିବାହିତ କରିବାରେ ହିଁ ଏହାର ସାର୍ଥକତା । ଆସନ୍ତୁ ଜାଣିବା ଜୀବନକୁ ଖୁସିରେ ବିତାଇବାର ଉପାୟ ବିଷୟରେ!

୧-ସର୍ବଦା ହିଁ ହସନ୍ତୁ: ଜୀବନରେ ସର୍ବଦା ହିଁ ଆମକୁ ହସିବା ଦରକାର। ଯଦି ଆମେ ସବୁବେଳେ ହସିବା ତ ତେବେ ଆମେ କମ୍‌ ସମୟ ମଧ୍ୟରେ ଅଧିକ ଜୀବନ ଜିଇଁ ପାରିବା। ତେଣିକି ଜୀବନଟା କେତେ ବା ଛୋଟ ହେଉନା କାହିଁକି ଆମକୁ ଜୀବନକୁ ନେଇ କୌଣସି ବି ଲୋଭ ରହିବନି।

୨-ଜୀବନରେ ଖୁସିରେ ରହିବାକୁ ଆତ୍ମବିଶ୍ୱାସ ଏବଂ ପ୍ରେରଣା ନିହାତି ଆବଶ୍ୟକ: ଯେଉଁ କାମ କରିଲେ ଆପଣଙ୍କ ମନ ଖୁସି ରହିଥାଏ ଏବଂ ସେହି କାମ କରିବା ଦ୍ୱାରା ବି କାହାରି କିଛି ହେଲେ ବି ଖରାପ ଘଟିନଥାଏ ତ,ସେହି କାମକୁ ଆପଣ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କରନ୍ତୁ। ଏହା ଆପଣଙ୍କୁ ପ୍ରେରଣା ଯୋଗାଇଥାଏ।

happyho.in

୩- ଆପଣାର ଲୋକଙ୍କ ସହ ଜୀବନ ବିତାନ୍ତୁ: ନିଜ ଲୋକଙ୍କ ସହିତ ଜିଇଁବା ଦ୍ୱାରା ଜୀବନକୁ ବଡ଼ ଖୁସି ମିଳିଥାଏ। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଜୀବନ ଅଛି, ସର୍ବଦା ଆପଣାର ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣାର ଲୋକଙ୍କ ହାତକୁ କେବେ ହେଲେ ଛାଡ଼ନ୍ତୁ ନାହିଁ।

୪-କାହାରି ଲାଗି ମନରେ ଘୃଣାଭାବ ରଖନ୍ତୁ ନାହିଁ: ଜୀବନର ଅନ୍ୟ ନାମ ହେଉଛି ପ୍ରେମ ଏବଂ ଆପଣାପଣ ସହିତ ଜିଇଁବା। ତେଣୁ ଆପଣ ନିଜ ମନରେ କେବେ ବି କାହାରିକୁ ନେଇ ଘୃଣାଭାବ ରଖନ୍ତୁ ନାହିଁ ବରଂ ସମସ୍ତଙ୍କ ପ୍ରତି ଭଲପାଇବା ଏବଂ ଆପଣାପଣ ରଖନ୍ତୁ, ଯାହାକି ଜୀବନକୁ ଖୁସି ପ୍ରଦାନ କରିଥାଏ

୫-ସମସ୍ତଙ୍କୁ ଖୁସିରେ ରଖନ୍ତୁ: ଜୀବନର ଅର୍ଥ କେବଳ ନିଜକୁ ଖୁସିରେ ରଖିବାରେ ସଂପୂର୍ଣ୍ଣ ହୋଇ ନ ଥାଏ ବରଂ ଜୀବନ ସେତିକିବେଳେ ପରିପୂର୍ଣ୍ଣ ହୁଏ,ଯେତେବେଳେ କି ଆପଣ ଅନ୍ୟମାନଙ୍କୁ ବି ଖୁସି ଦେଇପାରନ୍ତି ।।

୬-ନିଜେ ନିଜକୁ ସୁସ୍ଥ ରଖନ୍ତୁ: ଯଦି ଆପଣ ନିଜ ଜୀବନକୁ ସଂପୂର୍ଣ୍ଣ ଭାବରେ ଉପଭୋଗ କରିବାକୁ ଚାହୁଁଥା’ନ୍ତି ତ, ତେବେ ପ୍ରଥମେ ନିଜକୁ ସୁସ୍ଥ ରଖନ୍ତୁ, ଯାହାକି ଖୁସି ରହିବାର ଆଧାର ।

ସମ୍ବନ୍ଧିତ ଖବର