ଟନ୍‌ସିଲ୍‌ରୁ ରୋଗରେ ପୀଡିତ ହୋଇ କଷ୍ଟ ପାଉଛନ୍ତି କି! ଏପରି କରନ୍ତୁ ଘରୋଇ ଚିକିତ୍ସା

ଥଣ୍ଡା ତଥା ଜୀବାଣୁ ଦ୍ୱାରା ସଂକ୍ରିମତ ହେଲେ ଟନ୍‌ସିଲ୍‌ ହୋଇଥାଏ। ବିଶେଷ ଭାବେ ଟନ୍‌ସିଲ୍‌ ରୋଗ ପିଲାଙ୍କ କ୍ଷେତ୍ରରେ ଅଧିକ ହେବାର ଆଶଙ୍କା ରହିଥାଏ। ଏହି ରୋଗ ହେଲେ ଗଳା ଦରଜ ହେବା ସହିତ ଖାଦ୍ୟ ଖାଇବାରେ କଷ୍ଟ ହୁଏ। କେବଳ ଏତିକି ନୁହେଁ ଜ୍ୱର ମଧ୍ୟ ହୋଇଥାଏ। ତେବେ ଏଥିପାଇଁ ବେଳେ ବେଳେ ଅନେକ ଔଷଧ ଖାଇ ଥିଲେ ମଧ୍ୟ ଭଲ ହୋଇ ନଥାଏ। ଏପରି କ୍ଷେତ୍ରରେ କେତେଟି ଘରୋଇ ଚିକିତ୍ସା ଦ୍ୱାରା ଏଥିରୁ ଆରୋଗ୍ୟ ହେବା ସମ୍ଭବ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ….

* ପାନ ସହିତ ଯଷ୍ଟିମଧୁ ଫେଣ୍ଟି, ଦିନକୁ ଦୁଇ-ତିନି ଥର ସେବନ କଲେ ଟନ୍‌ସିଲ୍‌ରୁ ଉପଶମ ମିଳିଥାଏ।
* ଲବଙ୍ଗ ଓ ରସୁଣ ସହିତ ଏକ ଚାମଚ ମହୁ ଫେଣ୍ଟି ସେବନ କରନ୍ତୁ ଆରମ୍ଭ ମିଳିବ।
* ପିସ୍ତାବାଦାମ ଓ ଗୋଲମରିଚ ବାଟି, ଏକ କପ୍‌ ପାଣିରେ ଲୁଣ ବା ଚିନି ସହିତ ଫେଣ୍ଟି ପିଅନ୍ତୁ।
* ଉଷୁମ ପାଣିରେ ମେଥି ପକାଇ କୁଳି କଲେ ଗଳା ବ୍ୟଥା, ଯନ୍ତ୍ରଣାରୁ ଉପଶମ ମିଳେ।
* ମହୁ ସହିତ ପିଆଜ ରସ ଫେଣ୍ଟି ସେବନ କଲେ ଟନ୍‌ସିଲ୍‌ ଭଲ ହୁଏ।

ସମ୍ବନ୍ଧିତ ଖବର