ଘରୋଇ ଉପାୟରେ ଜାଣନ୍ତୁ କେମିତି ଗଣ୍ଠି ଦରଜରୁ ମୁକ୍ତି ପାଇବେ; ପିଅନ୍ତୁ କଞ୍ଚା ଅମୃତଭଣ୍ଡାର ଜୁସ୍‌

ଗଣ୍ଠି ଦରଜ ଦୂର କରିବା ପାଇଁ କଞ୍ଚା ଅମୃତଭଣ୍ଡାର ଜୁସ୍‌ ସେବନ କରନ୍ତୁ । ଯଦି ପ୍ରାୟ ସମୟ ଆପଣଙ୍କ ଆଙ୍ଗୁଠି, ପାଦ ଗଣ୍ଠି ଓ ଆଣ୍ଠୁ ଗଣ୍ଠିରେ ଦରଜ ରହୁଛି ତା’ହେଲେ ହୁଏତ ଆପଣଙ୍କ ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିଯାଇଛି। ଯେତେବେଳେ ୟୁରିକ୍‌ ଏସିଡ୍‌ କ୍ରିଷ୍ଟଲ୍‌ ରୂପରେ ଗଣ୍ଠିରେ ଜମା ହୋଇଯାଏ ତାହା ହିଁ ଗଣ୍ଠି ଦରଜର ରୂପ ନେଇଥାଏ। ଏହାକୁ ଅଣଦେଖା କରିଲେ ଚାଲିବା, ଉଠିବା-ବସିବା ଆଦି କଷ୍ଟକର ହୋଇଯାଇଥାଏ। ଯଦି ଆପଣଙ୍କର ମଧ୍ୟ ଏହିପରି ଲକ୍ଷଣ ଦେଖାଯାଉଛି ତା’ହେଲେ ଏହି ଜୁସ୍‌କୁ ନିଶ୍ଚିତ ସେବନ କରନ୍ତୁ।

ଗଣ୍ଠି ଦରଜର ସଙ୍କେତ ଓ ଲକ୍ଷଣ କ’ଣ?
ଗଣ୍ଠି ଦରଜ ଅଲଗା ଅଲଗା ସ୍ତରରେ ହୋଇଥାଏ। ଯେମିତିକି ଗଣ୍ଠି ସର୍ବଦା ଦରଜ ହେବା, ଗଣ୍ଠିର କଠୋରତା, ଗଣ୍ଠି ଆଖପାଖରେ ନିରନ୍ତର ଦରଜ ହୋଇଥାଏ।

ହାତର ଉପଯୋଗ କରିବାରେ ଅକ୍ଷମତା
ଗୋଡ଼ରେ ଦରଜ କାରଣରୁୁ ଚାଲିବାରେ ସମସ୍ୟା
ସର୍ବଦା ଦୂର୍ବଳ ରହିବା
ପ୍ରାୟ ଜ୍ୱର ହେବାର ସମସ୍ୟା
ମାଂସପେଶୀ ଦରଜ ହେବା
ଅନିଦ୍ରା ଲାଗି ରହିବା
ସମ୍ପୂର୍ଣ୍ଣ ଶରୀରରେ ବେଳେବେଳେ ଦରଜ ଲାଗି ରହିବା

ଏହି ରୋଗର କାରଣରୁ ଶରୀରରେ ଏଷ୍ଟ୍ରୋଜେନ୍‌ ସ୍ତର ହ୍ରାସ ପାଇଥାଏ। ଏହି ସମସ୍ୟା ମହିଳାଙ୍କ ମଧ୍ୟରେ ଅଧିକ ହୋଇଥାଏ।

ଥାଇରଏଡ୍‌ ସମସ୍ୟା ମଧ୍ୟ ଏହି କାରଣ ପାଇଁ ହୋଇଥାଏ।

ପ୍ରାୟ ସମୟ ରକ୍ତ ସମ୍ପର୍କିତ ରୋଗ ପାଇଁ ମଧ୍ୟ ହାଡ଼ରେ ଦରଜ ହେବା ସମସ୍ୟା ଆରମ୍ଭ ହୋଇ ଯାଇଥାଏ।

ଅନେକ ଥର ଶରୀରରେ ଆଇରନ୍‌ର ସମସ୍ୟା ଅତ୍ୟାଧିକ ହେବା କାରଣରୁ ଏହି ସମସ୍ୟା ହୋଇଥାଏ।

କେମିତି ମୁକୁଳିବେ ଆଣ୍ଠୁ ଗଣ୍ଠି ଦରଜ ସମସ୍ୟାରୁ?
ଜାଣନ୍ତୁ କଞ୍ଚା ଅମୃତଭଣ୍ଡା ଜୁସ୍‌ ତିଆରି କରିବାର ପ୍ରଣାଳୀ

ପ୍ରଥମେ ଦୁଇ ଲିଟର ସଫା ପାଣି ଗରମ କରନ୍ତୁ
ଏକ ମଧ୍ୟମ ଆକାରର ଅମୃତଭଣ୍ଡା ନେଇ ତା’କୁ ଭଲ ଭାବେ ସଫା କରନ୍ତୁ ଓ ଭିତରେ ଥିବା ମଞ୍ଜିକୁ ମଧ୍ୟ ବାହାର କରି ଦିଅନ୍ତୁ।
ଏବେ ଅମୃତଭଣ୍ଡାକୁ ଛୋଟ ଛୋଟ ଖଣ୍ଡ କରି ଗରମ ପାଣିରେ ପକାନ୍ତୁ ଓ ୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ।
ଏଥିରେ ଆପଣ ୨ ଚାମଚ ଗ୍ରିନ୍‌ ଟି’ ମଧ୍ୟ ପକାଇ ପାରନ୍ତି।
ଏବେ ପାଣିକୁ ଛାଣିି ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ ଓ ସେ ପାଣିକୁ ଦିନସାରା ପିଅନ୍ତୁ।
ଏହି ପାଣି ବା ଜୁସ୍‌କୁ ପିଇବାରେ ଆପଣଙ୍କୁ ନିଶ୍ଚୟ ଆରାମ ମିଳିବ। ଯଦି ଅଧିକ ଦରଜ ହେଉଛି ତା’ହେଲେ ଡାକ୍ତରଙ୍କୁ ନିଶ୍ଚିତ ଦେଖାନ୍ତୁ।

ସମ୍ବନ୍ଧିତ ଖବର