କେଉଁ ସବୁ ଉପାୟରେ ଡିହାଇଡ୍ରେସନ୍‌ ଜନିତ ଅଂଶୁଘାତରୁ ରକ୍ଷାପାଇବେ ?

ଖରାଦିନ ସରି ଗଲାଣି ଆଉ ଦିନ କେଇଟା ଭିତରେ ଆସିଯିବ ବର୍ଷ। ହେଲେ ବର୍ତ୍ତମାନ ମଧ୍ୟ ଯେଉଁଭଳି ଖରା ହେଉଛି ଏବଂ ବାୟୁ ମଣ୍ଡଳରେ ଯେଭଳି ଭାବେ ଆର୍ଦ୍ରତା ରହିଛି, ତା’ର ପ୍ରଭାବରେ ଡିହାଇଡ୍ରେସନ୍‌ ବା ଶରୀରରେ ଜଳଶୂନ୍ୟତା ହେବାର ବହୁତ ସମ୍ଭାବନା ରହିଛି। କେବଳ ଡିହାଇଡ୍ରେସନ୍‌ ନୁହେଁ ବରଂ ଏହା ସହ ଥଣ୍ଡା, ଜ୍ୱର ଓ ବାନ୍ତି ଇତ୍ୟାଦି ସମସ୍ୟା ଦେଖା ଦେଇପାରେ। ତେଣେ ଡିହାଇଡ୍ରେସନ୍‌ ଯୋଗୁଁ ଅଂଶୁଘାତ ମଧ୍ୟ ହୋଇପାରେ।

ଡାକ୍ତରଙ୍କ କହିବା ଅନୁଯାୟୀ ଏମିତି କିଛି ଘରୋଇ ଉପଚାର ଦ୍ୱାରା ଅଂଶୁଘାତରୁ ରକ୍ଷା ମିଳି ପାରିବ

ପିଆଜ ରସକୁ ହାତ ଓ ପାଦ ତଳେ ମାଲିସ କରନ୍ତୁ।

ତମ୍ବା ଥାଳିରେ ଥଣ୍ଡା ପାଣି ରଖି ଏହାକୁ ଛାତି ଓ ପେଟ ଉପରେ ୮-୧୦ ମିନିଟ୍‌ ପାଇଁ ରଖନ୍ତୁ।

ନାହିରେ ଲୁଣ ରଖି ତା’ ଉପରେ ଧୀରେ ଧୀରେ ଥଣ୍ଡା ପାଣି ଢ଼ାଳନ୍ତୁ। ଲୁଣ ନ ମିଳାଇବା ଯାଏଁ ପାଣି ଢ଼ାଳିବା ଜାରି ରଖନ୍ତୁ।

ପତଳା ସୁତାର କପଡ଼ାକୁ ଥଣ୍ଡା ପାଣିରେ ଭିଜାଇ ଶରୀରକୁ ପୋଛନ୍ତୁ।

ପୋଦିନା ପତ୍ରର ପେଷ୍ଟ ତିଆରି କରି ଶରୀରରେ ଲଗାନ୍ତୁ।

ସମ୍ବନ୍ଧିତ ଖବର