ଆମ ସ୍ୱଭାବ ଜଙ୍ଗଲର ସିଧା ଗଛ ଭଳି ସରଳ କିମ୍ବା ଗୁଡ଼ ଭଳି ଖୁବ୍‌ ମିଠା ହେବା ଉଚିତ ନୁହେଁ ! ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ସାଧାରଣତଃ ଆମେମାନେ ପିଲାବେଳୁ ଶୁଣିଆସିଛୁ କି ସଦାଚାର ମନୁଷ୍ୟର ସବୁଠାରୁ ବଡ ଗୁଣ ଅଟେ। ତେବେ ସଦାଚାରୀ ମଣିଷ ଜୀବନରେ ସବୁବେଳେ ସଫଳ ହୋଇଥାଏ। ହେଲେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କି,ଅତ୍ୟନ୍ତ ସଦାଚାରୀ ହେବା ବି ମନୁଷ୍ୟ ଲାଗି ଅତ୍ୟନ୍ତ ଦୁଃଖର କାରଣ ହୋଇଥାଏ। ଏହି କାରଣକୁ ନେଇ ଆଚର୍ଯ୍ୟ ଚାଣକ୍ୟ ସଦାଚାରୀ ବ୍ୟକ୍ତି ବାବଦରେ ଏକ ବ୍ୟାବହାରିକ ସୂତ୍ର ଦେଇଛନ୍ତି।

ଅଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କି ଜଙ୍ଗଲରେ ବହୁତ ବୃକ୍ଷ ରହିଥାଏ,ହେଲେ ସେଥିରେ ଯେଉଁ ବୃକ୍ଷ ଅତ୍ୟନ୍ତ ସିଧା ହୋଇଥାଏ;ତାହା ଲୋକଙ୍କ ଦ୍ୱାରା ଶୀଘ୍ର ହିଁ କଟାଯାଇଥାଏ। ହେଲେ ଯେଉଁ ବୃକ୍ଷ ଅଙ୍କା ବଙ୍କା ହୋଇଥାଏ, ତାହା ସବୁବେଳେ ସୁରକ୍ଷିତ ହୋଇ ରହିଥାଏ। ଠିକ୍‌ ସେହିପରି ଯେଉଁ ବ୍ୟକ୍ତି ସିଧାସାଧା ହୋଇଥା’ନ୍ତି ,ତାଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କାରଣ ସିଧାସାଧା ଭାବି ଲୋକେ ତାଙ୍କୁ ଦବାଇବାକୁ ଚେଷ୍ଟା କରିଥା’ନ୍ତି। ତେଣୁ ଯଦି କୌଣସି ବ୍ୟକ୍ତି ତାହାର ଜୀବନରେ ସୁଖୀ ହେବାକୁ ଚାହୁଁଥାଏ, ତେବେ ତାକୁ ଅତ୍ୟନ୍ତ ସିଧାସାଧା ହେବା ଆଦୌ ଉଚିତ୍‌ ନୁହେଁ।

ସେ କହିଛନ୍ତି, ଆମକୁ ଗୁଡ ପରି ଅତ୍ୟନ୍ତ ମିଠା ହେବା ଉଚିତ୍‌ ନୁହେଁ କି ଲୋକେ ଆମକୁ ଖାଇଯିବେ।ଏହାସହିତ ଏତେ ବି ରାଗୀ ହେବା ଉଚିତ୍‌ ନୁହେଁ ଯେ, ଲୋକେ ଆମକୁ ଘୃଣା କରିବେ। ବାସ୍ତବରେ ଚାଣକ୍ୟ କହିଛନ୍ତି ଆମକୁ ଯାହା ସହିତ ଯାହା ବ୍ୟବହାର କରିବାର ଅଛି ଅର୍ଥାତ୍‌ ଭଲ ବ୍ୟକ୍ତି ସହିତ ଭଲ ଓ ଖରାପ ବ୍ୟକ୍ତି ସହିତ ଖରାପ ବ୍ୟବହାର କରିବା ଦରକାର। କାରଣ ଯଦି ଆମେ ଖରାପ ବ୍ୟକ୍ତି ସହିତ ସଜ୍ଜନ ଭଳି ବ୍ୟବହାର ଦେଖାଇଥାଉ, ତେବେ ସେହି ବ୍ୟକ୍ତି ଆମ ଭଲ ପଣିଆର ଲାଭ ଉଠାଇଥାଏ।ଏଥିପାଇଁ ସମୟକୁ ଦେଖି ଭଲ ଓ ମନ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ହିଁ ଜୀବନରେ ସଫଳ ଓ ସୁଖୀ ହୋଇଥାନ୍ତି।

ସମ୍ବନ୍ଧିତ ଖବର