ଭୋକ ବଢ଼ାଇବା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଖାଦ୍ୟ ଖାଇବାର ସମୟ ଠିକ୍‌ ରହୁ ନଥିବାରୁ ମଣିଷ ଶରୀରରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟାରେ ଅସୁବିଧା,ଛାତି ପୋଡ଼ିବା,ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖା ଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା ଦ୍ୱାରା ଆପଣ ଖାଦ୍ୟ ସେବନ କରନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଶରୀରକୁ ଖାଦ୍ୟର ପୋଷଣ ମିଳି ପାରି ନଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ସେଥିପାଇଁ ଭୋକ ଲାଗିବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ,ତେବେ ଆଜିଠାରୁ ଏ ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

୧.ଦିନରେ ଦୁଇଥର ଟମାଟୋରେ କଳା ଲୁଣ ପକାଇ ଚାଟିବା ଦ୍ୱାରା ପାଚନକ୍ରିୟା ଠିକ୍‌ ହୋଇ ଯାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହ ଆପଣ ଠିକ୍‌ ଭାବରେ ଖାଇବା ଆରମ୍ଭ କରି ପାରିବେ ।

Image result for tomato
The Economic Times

୨.ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ପ୍ରତିଦିନ ଗୋଟେ ଗ୍ଲାସ ସେଓଫଳର ରସ ପିଇବା ଆରମ୍ଭ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ଭୋକ ନ ଲାଗିବା ସମସ୍ୟା ଦୂରେଇ ଯିବ ।

୩.ଖାଇବା ସମୟରେ ମୂଳାରେ କଳା ଲୁଣ ଏବଂ ଲଙ୍କା ମିଶାଇ ଖାଇବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଭୋକ ଲାଗିବା ଆରମ୍ଭ ହୋଇଥାଏ ।

୪.ଧନିଆ ପତ୍ର ଖାଇବା ଶରୀର ପାଇଁ ଲାଭଦାୟକ ତାହା ତ ଆପଣମାନେ ଜାଣିଥିବେ । କିନ୍ତୁ ଧନିଆ ପତ୍ର ରସରେ କିଛି ଲୁଣ ମିଶାଇ ପିଇଲେ ଭୋକ ନଲାଗିବା ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର