କ୍ଷୁଧାର୍ତ୍ତ ଲୋକ କାହିଁକି ଶୀଘ୍ର ରାଗି ଯାଆନ୍ତି?

କ୍ଷୁଧାର୍ତ୍ତ ଲୋକ ଶୀଘ୍ର ରାଗି ଯାଆନ୍ତି। ଏକଥା ଊଣା ଅଧିକେ ସମସ୍ତଙ୍କୁ ଜଣା। ହେଲେ ଏଭଳି କାହିଁକି ହୋଇଥାଏ, ତାହା ହୁଏତ ଅନେକଙ୍କୁ ଜଣା ନଥିବ।

ଆମେରିକାର ୟୁନିଭର୍ସିଟି ଅଫ୍‌ ନର୍ଥ କେରୋଲିନାର ଜଣେ ଗବେଷକ ଏହା ଉପରେ ଗବେଷଣା କରିଥିଲେ। ସେ ଗବେଷଣାରୁ ଜାଣିପାରିଛନ୍ତି ଯେ ଭୋକ ଲାଗିଲେ ଆମର ଭାବନା ଓ ବିଚାର ମଧ୍ୟ ପ୍ରଭାବିତ ହୋଇଥାଏ।

ସେ ଏହି ପ୍ରସଙ୍ଗରେ ପ୍ରାୟ ଚାରିଶହ ଲୋକଙ୍କ ଉପରେ ଗବେଷଣା କରିଥିଲେ। ସେ ସେମାନଙ୍କର ଭାବନାତ୍ମକ ସ୍ଥିତି ଓ ମନୋବୈଜ୍ଞାନିକ ପ୍ରକ୍ରିୟା ଉପରେ ଅଧ୍ୟୟନ କରିଥିଲେ। ସେଥିରୁ ସେ ଦର୍ଶାଇଛନ୍ତି ଯେ, କ୍ରୋଧରୁ ଭାବନାତ୍ମକ ସ୍ତର ମଧ୍ୟ ଜଣାପଡ଼େ। କ୍ଷୁଧାର ପ୍ରଭାବ ମଧ୍ୟ କ୍ରୋଧ ଉପରେ ପଡ଼ିଥାଏ।

ଏହି ଗବେଷଣା କରିଥିବା ବ୍ୟକ୍ତିଙ୍କ ନାମ ହେଲା ଜେନିଫର୍‌ ମେକୋମାର୍କ।

photo-tlc events & wedding

କ୍ଷୁଧାର୍ତ୍ତ ଲୋକଙ୍କ ଉପରେ ଭାବନାର ଭିନ୍ନ ପରିପ୍ରକାଶ ହୋଇଥାଏ। ସେହି ଲୋକଟି ଶୀଘ୍ର ରାଗିଯାଏ। ଏହି ସମ୍ପର୍କରେ ଇମୋସନ୍‌ ଜର୍ଣ୍ଣାଲରେ ଏକ ସନ୍ଦର୍ଭ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର