ସ୍ୱାମୀ କ୍ଳାନ୍ତ ହୋଇ ଘରକୁ ଫେରିବାମାତ୍ରେ କରନ୍ତୁ ନାହିଁ ଏହି କାମ !

ଦିନସାରା କାମ କରି ସ୍ୱାମୀ କ୍ଳାନ୍ତ ହୋଇ ଘରକୁ ଫେରିବାମାତ୍ରେ ସ୍ତ୍ରୀ ଯଦି ଘର ଲୋକଙ୍କ ବିରୋଧରେ କହିବେ ବା ନିଜର କିଛି ସମସ୍ୟ କଥା କହିବେ ତେବେ ସେ ହଠାତ୍‌ ରାଗି ଯାଇ ପାରନ୍ତି। ଏକଥା ଜାଣି ରଖିବା ଉଚିତ ଯେ ସେହି ଭଳି କଥାପାଇଁ ତାହା ଠିକ୍‌ ସମୟ ନୁହେଁ। କାରଣ ସେ ଏଥିଲାଗି ପ୍ରସ୍ତୁତ ନ ଥାନ୍ତି। ଆଉ ଏକ କଥା ହେଲା ଯେ ସେ ପତ୍ନୀଙ୍କଠାରୁ ଏକଥା ର ଆଶା ରଖି ନଥାନ୍ତି।

ଯେତେବେଳେ ସ୍ୱାମୀଙ୍କ ମୁଡ୍‌ ଠିକ୍‌ ଥିବ, ସେତେବେଳେ ନିଜ ପରିବାର ପ୍ରତି ପ୍ରେମ ଓ ଆଦର ଭାବ ସଂପର୍କରେ ତାଙ୍କୁ କହନ୍ତୁ । ବାପଘର ଲୋକ ଓ ସଂର୍ପକୀୟ ମାନେ ତାଙ୍କୁ କେତେ ଭଲ ପାଆନ୍ତି ଓ ସ୍ୱାମୀଙ୍କ କେତେ ପସନ୍ଦ କରନ୍ତି, ସେ ବିଷୟରେ ମଧ୍ୟ କହନ୍ତୁ । ହୁଏତ ଏହା ଦ୍ୱାରା ସ୍ୱାମୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖା ଦେଇପାରେ ।ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଳିକଜିଆ ହେଲେ, ତାକୁ ନେଇ ବି ହଠାତ୍‌ କହନ୍ତୁ ନାହିଁ । ଏହାର ସମାଧାନ ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଠିକ୍‌। ମନେ ରଖନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏହାର ସମାଧାନ ହେବା ଉଚିତ୍‌ ।

ସମ୍ବନ୍ଧିତ ଖବର