ବରଫକୁ ଏପରି ଭାବେ ବ୍ୟବହାର କରି ଶରୀରରୁ ଅତ୍ୟଧିକ ଚର୍ବି ହ୍ରାସ କରନ୍ତୁ

ଆପଣ ଶରୀରରୁ ଅତ୍ୟଧିକ ଚର୍ବିକୁ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାର ଯୋଗ, ବ୍ୟାୟାମ ଓ ଡାଇଟିଂ କରିଥାଆନ୍ତି। ଏହା ସତ୍ତ୍ୱେ ବି ଆପଣଙ୍କ ଶରୀରରୁ ଚର୍ବି ହ୍ରାସ ହୋଇ ନଥାଏ। ଏପରି କ୍ଷେତ୍ରରେ ଆପଣ ବରଫ ଚିକିତ୍ସାକୁ ଅପଣାଇ ପାରିବେ। ଏହି ଚିକିତ୍ସା ଶରୀରରୁ ଚର୍ବିକୁ ହ୍ରାସ କରିବା ସହିତ ଚର୍ମକୁ ଶକ୍ତିଶାଳୀ କରିଥାଏ। ରକ୍ତ ସଞ୍ଚାଳନକୁ ଠିକ ଭାବେ ନିୟନ୍ତ୍ରଣରେ ରଖିଥାଏ। ବରଫ ଚିକିତ୍ସାକୁ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇଥାଏ। କିଛିଦିନ ଏହି ଚିକିତ୍ସାକୁ ଆପଣାଇ ଦେଖନ୍ତୁ ଖୁବ୍‌ ଅଳ୍ପଦିନ ମଧ୍ୟରେ ଆପଣ ଏହାର ପ୍ରଭାବକୁ ନିଜେ ଅନୁଭବ କରିପାରିବେ।

୨୦୦୦ ଦଶକର ପ୍ରାରମ୍ଭରେ ମାକ୍ସିକୋରେ ଚର୍ବି ହ୍ରାସ କରିବା ପାଇଁ ଏହି ବରଫ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହା ଏକ ଅଭିନବ ମାଲିସ ଶୈଳୀ ଅଟେ। ଆପଣ ଯଦି ଘରେ ଏହି ବିରଫ ଚିକିତ୍ସା ଦ୍ୱାରା ଚର୍ବିକୁ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଗୋଟିଏ ବ୍ୟାଗ୍‌ରେ କେତେ ଖଣ୍ଡ ବରଫ ପୁରାଇ ଏକ କପଡ଼ାରେ ଗୁଡ଼ାଇ ଦିଅନ୍ତୁ। ଯେଉଁଠାରୁ ଆପଣ ଚର୍ବି ହ୍ରାସ କରିବାକୁ ଚାହୁଁଛନ୍ତି ସେଠାରେ ଏହାକୁ ମାଲିସ୍‌ କରନ୍ତୁ। ଏହି ଚିକିତ୍ସାକୁ ୯୫ପ୍ରତିଶତ ମହିଳା ବ୍ୟବହାର କରି ଥାଆନ୍ତି। ଏପରି କି ସନ୍ତାନ ପ୍ରସବ ସମୟରେ ମହିଳାମାନଙ୍କୁ ବିରଫ ଚିକିତ୍ସା ଦିଆଯାଇଥାଏ। ତେବେ ୪୦ବର୍ଷରୁ ଅଧିକ ବୟସର ମହିଳା ଏହି ବରଫ ଚିକିତ୍ସା ନେବା ଲାଭପ୍ରଦ ହୋଇଥାଏ।

ସମ୍ବନ୍ଧିତ ଖବର