ଶିଶୁ ଅହରହ କାନ୍ଦୁଛି କି !! ତଳିପାରେ ରହିଛି ଶିଶୁର ସବୁ ସମସ୍ୟାର ସମାଧାନ

ନୂଆଦିଲ୍ଲୀ : ସମସ୍ତ ମହିଳାଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ ମାତୃତ୍ୱ । ତେବେ ମାତୃତ୍ୱ ଲାଭ ଅପେକ୍ଷା କଷ୍ଟକର ହୋଇଥାଏ ଶିଶୁକୁ ସମ୍ଭାଳିବା । କାରଣ ଶିଶୁ ନିଜର କଷ୍ଟ ଏବଂ ଯନ୍ତ୍ରଣାର କଥା କହିପାରନ୍ତି ନାହିଁ, ଯାହା ଫଳରେ ସେମାନେ କାନ୍ଦିଥାନ୍ତି। ଅସୁସ୍ଥତା ହେଉ ବା କିଛି ଅନ୍ୟ କାରଣ, ତାହା ପାଇଁ କେବଳ କାନ୍ଦିଥାନ୍ତି । ବେଳେବେଳେ କାନ୍ଦର କାରଣ ଜଣାପଡ଼ିଥିଲେ ମଧ୍ୟ କିଛିର କାରଣ ଜାଣିବା କଷ୍ଟକର ହୋଇଥାଏ। ଯଦି ଆପଣଙ୍କ ଶିଶୁ ମଧ୍ୟ କିଛି କାରଣ ବଶତଃ ଅହରହ କାନ୍ଦୁଛି ତେବେ ତାହାକୁ ତୁରନ୍ତ ଚୁପ୍‌ କରାଇବାର ଉପାୟ ରହିଛି ତାହାର ତଳିପାଦରେ । ଆସନ୍ତୁ ଜାଣିବା କିପରି ଚୁଟ୍‌କିରେ କାନ୍ଦୁଥିବା ଶିଶୁକୁ ଚୁପ୍‌ କରାଇବେ।

Tesco Baby Club

-ଶିଶୁଟିର ଦାନ୍ତ ଏବଂ ମୁଣ୍ଡରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ତାହାର କାନ୍ଦ ବନ୍ଦ କରିବା ଲାଗି ପାଦର ଆଙ୍ଗୁଠିର ତଳପାର୍ଶ୍ୱକୁ ଧିରେ ଧିରେ ଚିପନ୍ତୁ ଦେଖିବେ ଶିଶୁକୁ ଆରାମ ଲାଗିବା ସହ ସେ କାନ୍ଦିବା ବନ୍ଦ କରିଦେବ । ଏଥିସହ ତଳିପାଦର ସେହି ଅଂଶକୁ ମାଲିସ କରିବା ଦ୍ୱାରା ଥଣ୍ଡା ଏବଂ ସାଇନସ୍‌ରୁ ମଧ୍ୟ ରକ୍ଷା ମିଳିଥାଏ। 

-ଫୁସ୍‌ଫୁସ୍‌ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ତଳିପାଦର ଉପରି ଅଂଶକୁ ମାଲିସ କରନ୍ତୁ । ଦେଖିବେ ଶିଶୁଟି ଚୁପ୍‌ ରହିବା ସହ ତାହାକୁ ଆରାମ ଲାଗିବ ।

bbamor.com

– ଯଦି ଶିଶୁଟିର ପେଟ ଖରାପ କିମ୍ବା ସେଭଳି କିଛି କାରଣ ବଶତଃ ଯନ୍ତ୍ରଣା ଅନୁଭୂତ ହେଉଥାଏ, ତେବେ ଏଥିପାଇଁ ଶିଶୁର ପାଦର ମଝି ଅଂଶକୁ ମାଲିସ କରନ୍ତୁ ଦେଖିବେ ତାହା ଦ୍ୱାରା ଯନ୍ତ୍ରଣା କିଛି ମାତ୍ରାରେ କମ ହେବ । ଏହା ଦ୍ୱାରା ଶିଶୁଟିର ପାଚନ କ୍ରିୟା ମଧ୍ୟ ସଠିକ୍‌ ଭାବେ ହୋଇଥାଏ।
-ଶିଶୁଟିକୁ ଶୁଆଇବା ସମୟରେ ତଳି ପାଦର ଗୋଇଠି ଅଂଶକୁ ମାଲିସ କରନ୍ତୁ । ଏହା ଦ୍ୱାରା ଶିଶୁଟିକୁ ଆରାମ ଲାଗିବା ସହ ନିଶ୍ଚିନ୍ତରେ ଶୋଇପଡ଼ିବ।

ସମ୍ବନ୍ଧିତ ଖବର