ବ୍ୟବସ୍ତବହୁଳ ଜୀବନ ହେତୁ ଆଜିକାଲି ଲୋକମାନେ ଠିକ୍ ସମୟରେ ଖାଇ ପାରୁ ନାହାନ୍ତି । ଯାହାଦ୍ୱାରା ଅଧାରୁ ଅଧିକ ଲୋକଙ୍କ ନିକଟରେ ଏସିଡ଼ିଟିର ସମସ୍ୟା ଦେଖିବାକୁ ମିଳୁଛି। ଏସିଡ଼ିଟି ହେବାର ଅନେକ କାରଣ ରହିଛି । ଯେମିତିକି ଠିକ୍ ସମୟରେ ନ ଖାଇବା, ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ମସଲା ଜାତୀୟ ଖାଦ୍ୟ ଖାଇବା ଇତ୍ୟାଦି । ଆଜିକାଲି କାମ ପଛରେ ଧାଇଁ ଧାଇଁ ଲୋକମାନେ ନିଜ ଶରୀରର ଠିକ୍ ଭାବରେ ଯତ୍ନ ନେଇ ପାରୁ ନାହାନ୍ତି । କାମ ପାଇଁ ଠିକ୍ ସମୟରେ ନ ଖାଇବା ସହ ଅଧିକ ରାତି ପର୍ଯ୍ୟନ୍ତ ବସି କାମ କରୁଛନ୍ତି । ଯାହାଦ୍ୱାରା ଏହି ସମସ୍ୟା ଉପୁଜୁଛି । ଏଭଳି ସମସ୍ୟା ଦେଖା ଦେଲେ ଲୋକମାନେ ବଜାରରେ ମିଳୁଥିବା ଓଷଧର ସାହରା ନେଇଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼େ । କିନ୍ତୁ ଆପଣ ଏହି ସମସ୍ୟାକୁ ଘରୋଇ ଉପାୟରେ ମଧ୍ୟ ଭଲ କରି ପାରିବେ । ଆସନ୍ତୁ ଜାଣିବା କିପରି..
Sambad is now on WhatsApp
Join and get latest news updates delivered to you via WhatsApp
୧. ଯଦି ଆପଣଙ୍କର ଏସିଡ଼ିଟିର ସମସ୍ୟା ରହିଛି ତେବେ କଞ୍ଚା କ୍ଷୀର ପିଇବା ଆରମ୍ଭ କରନ୍ତୁ । ଏଥିରେ ଅଧିକ ପରିମାଣରେ କ୍ୟାଲ୍ସିୟମ ଥିବାରୁ ଏହା ଏସିଡ଼ିଟିର ସମସ୍ୟା ଦୂର କରିଥାଏ ।
୨. ସକାଳୁ ସକାଳୁ ଖାଲି ପେଟରେ ତୁଳସୀ ପତ୍ର ଖାଆନ୍ତୁ । ଯାହାଦ୍ୱାରା ଏସିଡ଼ିଟି ନିୟନ୍ତ୍ରଣ ହୋଇ ରହିଥାଏ । ତୁଳସୀରେ ଏସିଡ଼ିଟିକୁ ନିୟନ୍ତ୍ରଣ କରିବାର ଗୁଣ ଥାଏ । ସବୁଦିନ ଏହାକୁ ଖାଇବା ଦ୍ୱାରା ଏସିଡ଼ିଟିର ସମସ୍ୟା ଦୂର ହୋଇଥାଏ ।
୩. କଦଳୀରେ ପୋଟାସିୟମ ଏବଂ ଫାଇବର ରହିଥାଏ । ଯାହା କି ପେଟରେ ଏସିଡ଼୍ ସୃଷ୍ଟି ହେବାରୁ ରୋକିଥାଏ । ଯଦି ଆପଣଙ୍କର ଏସିଡ଼ିଟି ସମସ୍ୟା ରହିଛି ତେବେ ସକାଳୁ ସକାଳୁ କଦଳୀ ଖାଇବା ଆରମ୍ଭ କରନ୍ତୁ ।
୪. ପୋଦିନା ଏସିଡ଼ିଟିକୁ ଦୂର କରିବା ପାଇଁ ଜଣାଯାଏ । ସେଥିପାଇଁ ଖାଦ୍ୟ ଖାଇ ସାରିବା ପରେ ଗୋଟେ କପ ପୋଦିନା ଚା’ ପିଅନ୍ତୁ । ଏସିଡ଼ିଟି ଦୂରେଇ ଯିବ ।
୫.ଏସିଡ଼ିଟିର ସମସ୍ୟା ଦେଖା ଦେଲେ ଦୁଇଟି ଅଳେଇଚକୁ ନେଇ ଗୋଟେ ଗ୍ଲାସ ପାଣିରେ ଫୁଟାଇ ଦିଅନ୍ତୁ । ଫୁଟିଯିବା ପରେ ଏହାକୁ ଥଣ୍ଡା କରି ପିଇ ଦିଅନ୍ତୁ । ଏସିଡ଼ିଟିର ସମସ୍ୟା ସଙ୍ଗେ ସଙ୍ଗେ ଦୂର ହୋଇଯିବ ।