ନଖ କାମୁଡୁଥିବା ଲୋକେ ପରଫେକସନିଷ୍ଟ୍‍ !

ଯଦି   ଜଣେ   ନିୟମିତ ଭାବେ  ନିଜ ଦାନ୍ତରେ  ନଖ  କାମୁଡିଥାନ୍ତି, ତେବେ  ଏଥିରୁ  ଜାଣନ୍ତୁ  ତାଙ୍କର  ବ୍ୟବହାର  କିଭଳି  ଓ  ସ୍ୱାସ୍ଥ୍ୟ  ଉପରେ  ଏହାର କି ପ୍ରଭାବ  ପକାଇଥାଏ ।

ପ୍ରଥମ   କଥା ହେଲା   ନଖ  କାମୁଡିଲେ, ଏହାର କୁପ୍ରଭାବ  ନଖ  ଉପରେ ପଡ଼ିଥାଏ ।  ନଖ ଗୁଡିକ  ଖରାପ  ହୋଇଯାଏ ଏବଂ  ଦାନ୍ତ   ମଧ୍ୟ  ଦୁର୍ବଳ  ହୋଇଥାଏ ।  ଖାଲି ସେତିକି  ନୁହେଁ  ଦାନ୍ତରେ  ସଂକ୍ରମଣ ମଧ୍ୟ  ଦେଖା  ଦେଇଥାଏ  ।

ଯେଉଁମାନେ  ନିୟମିତ ଭାବେ  ଦାନ୍ତରେ  ନଖ କାମୁଡିଥାନ୍ତି  ସେମାନେ  ନିଜର  କାମକୁ  ଶତ ପ୍ରତିଶତ  ହେବାକୁ   ପ୍ରୟାସ  କରିଥାନ୍ତି ।  ସେମାନେ  ଏଥିରେ  ସଫଳ ନ ହେଲେ  ବା ନିଜ  ଭିତରେ  ହତାଶାଭାବ ଆସିଲେ ନଖ କାମୁଡିଥାନ୍ତି ବୋଲି ଗବେଷଣାରୁ ଜଣାଯାଇଛି। ଆହୁରି ଏହା ବି କୁହାଯାଏ ଯେ ଦାନ୍ତରେ ନଖ କାମୁଡ଼ିଥିବା ଲୋକେ ପରଫେକସନିଷ୍ଟ। ଆପଣ ଜାଣି ରଖନ୍ତୁ ଯେ ବଲିଉଡ ହିରୋଇନ୍‌ କରୀନା କପୁର ଖାନ୍‌ଙ୍କର ଏହି ବଦଭ୍ୟାସଟି ରହିଛି ।

photo-speaking tree

ଯେଉଁମାନେ ନଖ  କାମୁଡ଼ିଥାନ୍ତି, ସେମାନଙ୍କର  ସାଙ୍ଗଠନିକ  ଦକ୍ଷତା ଖୁବ୍‌  ଭଲ  ଓ ସେମାନେ  ଖୁବ୍‌ ପ୍ରଭାବଶାଳୀ  ।  ନିକଟରେ  ଏ ସଂପର୍କରେ  ଏକ ଅନୁସନ୍ଧାନ   କରାଯାଇଥିଲା, ଯେଉଁଥିରୁ ୪୮ ପ୍ରତିଶତ  ନଖ  କାମୁଡୁଥିିବା  ଲୋକଙ୍କ  କ୍ଷେତ୍ରରେ  ଏହା ସତ୍ୟ  ବୋଲି ପ୍ରମାଣିତ  ହୋଇଥିଲା ।

 

ସମ୍ବନ୍ଧିତ ଖବର