ବୁଢ଼ା ଆଙ୍ଗୁଠିକୁ ଫୁଙ୍କିଲେ ଏବଂ ଛୁଞ୍ଚିରେ ସୂତା ପୁରାଇଲେ ମିଳିଥାଏ ଅନେକ ଲାଭ ,ଜାଣନ୍ତୁ ସେସବୁ କ’ଣ

ବିଜ୍ଞାନ ଯେତେ ଆଗେଇଲେ ବି ଏବେ ବି ମଣିଷ ଶରୀର ସଂପର୍କରେ ଅନେକ ରହସ୍ୟକୁ ଏଯାଏଁ ବାହାର କରିବାକୁ ସମ୍ଭବ ହୋଇ ନାହିଁ। ଏମିତି ଅନେକ କୌଶଳ ଅଛି, ଯାହା ଦ୍ୱାରା ଆମେ ନିଜର ଅନେକ ପ୍ରକାରର ଶାରୀରିକ ସୁବିଧା ପାଇଥାଉ।
ଏମିତି ଏକ ସାଧାରଣ କଥା ହେଲା ଆପଣ ନିଜର ହାତର ବୁଢା ଆଙ୍ଗୁଠିକୁ ଫୁଙ୍କିବା। ଯଦି ଆପଣ ନିଜର ବୁଢା ଆଙ୍ଗୁଠିକୁ ଟେକି ତାକୁ ମୁହଁରେ ଫୁଙ୍କିବେ, ତେବେ ତାହା ଆପଣଙ୍କୁ ଆରାମ ଦେଇଥାଏ। ନିଜ ଶରୀରକୁ ଆରାମ ଦେବା ପାଇଁ ଏହାଠାରୁ ଭଲ ଉପାୟ ଅନ୍ୟ କିଛି ନାହିଁ ବୋଲି ଧରି ନିଅନ୍ତୁ।
ଏହି ସରଳ କାର୍ଯ୍ୟ ଆପଣଙ୍କୁ ଆପଣଙ୍କର ନିଃଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଖାଲି ସେତିକି ନୁହେଁ, ଏହା ଯୋନି ତନ୍ତ୍ରକୁ ମଧ୍ୟ ଶାନ୍ତ କରିଥାଏ। ଏହା ହୃଦୟ ଗତିକୁ ମଧ୍ୟ ଧିମା କରିଥାଏ।
ଠିକ୍‌ ସେହିପରି ଯଦି ଅଧା କପ୍‌ ଗରମ ପାଣିରେ ସମୁଦ୍ର ଲୁଣ ମିଶାଇ କୁଳୁକୁଞ୍ଚା କରିବେ, ତେବେ ତାହା ଶରୀରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।
ନିଜ ମୁହଁକୁ ବରଫ ବା ଥଣ୍ଡାଜଳର ସ୍ପର୍ଶ ଦେଲେ, ଆପଣ ମାନସିକ ଉତ୍ତେଜନାକୁ ଦୂରେଇ ଦେବାରେ ସକ୍ଷମ ହେବେ।
ଯଦି ଦାନ୍ତ ବିନ୍ଧାର ଶିକାର ହୋଇଛନ୍ତି, ତେବେ ଏକ ବରଫ ଖଣ୍ଡକୁ ନିଜ ହାତ ପଛରେ ରଖନ୍ତୁ। ସେହି ବରଫ ଖଣ୍ଡକୁ ଆସ୍ତେ ଆସ୍ତେ ବୁଲାନ୍ତୁ। ହାତରେ ହେଉଥିବା ପ୍ରତିକ୍ରିୟାର ଫଳସ୍ୱରୂପ ଦାନ୍ତବିନ୍ଧା ଶୀଘ୍ର ବନ୍ଦ ହୋଇଯିବ।

ଠିକ୍‌ ସେହିପରି ଯଦି ଛୁଞ୍ଚି ଭିତରେ ସୂତା ପୁରାଇବେ, ତେବେ ଆପଣଙ୍କ ମନରେ ଥିବା ଭୟ ମଧ୍ୟ ଦୂର ହୋଇଥାଏ।

ସମ୍ବନ୍ଧିତ ଖବର