ଆପଣ ଜାଣିଛନ୍ତି କି ? ଗୋଡ଼ ହଲାଇବା ଅଭ୍ୟାସ ନୁହଁ, ଏକ ରୋଗ

ସାଧାରଣତଃ ଅନେକ ବ୍ୟକ୍ତି ଖାଲିରେ ବସିବା ଏବଂ ଶୋଇବା ସମୟରେ ଗୋଡ଼ ହଲାଇ ଥାନ୍ତି । କେତେକଙ୍କର ଏହା ଦୈନନ୍ଦିନ ଅଭ୍ୟାସରେ ମଧ୍ୟ ପରିଣତ ହୋଇଯାଇଥାଏ। ତେବେ ଗବେଷଣାରୁ ଜଣାପଡ଼ିଛି, ପ୍ରାୟ ୧୦ ପ୍ରତିଶତ ଲୋକଙ୍କର ଗୋଡ଼ ହଲାଇବା ଅଭ୍ୟାସ ରହିଥାଏ। ଏହା ସାଧାରଣତଃ ୩୫ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଇଥାଏ। ତେବେ ବର୍ତ୍ତମାନ ଏହା ବହୁତ କମ ବୟସର ବ୍ୟକ୍ତିଙ୍କ ପାଖରେ ମଧ୍ୟ ଦେଖାଦେଲାଣି । ଯଦି ଆପଣଙ୍କର ମଧ୍ୟ ବସିବା କିମ୍ବା ଶୋଇବା ଅବସ୍ଥାରେ ଗୋଡ଼ ହଲାଇବାର ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କ ଗୋଡ଼ ହଲାଇବା ଅଭ୍ୟାସ ‘ରେଷ୍ଟଲେସ ସିନଡ୍ରୋମ’ ରୋଗର ଲକ୍ଷଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ।

ରେଷ୍ଟଲେସ ସିନ୍‌ଡ୍ରୋମ୍‌ ଶରୀରରେ ଆଇରନ କମ ହେବା ଯୋଗୁଁ ଦେଖାଦେଇଥାଏ। ସାଧାରଣତଃ ୩୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହା ଦେଖା ଦେଇଥାଏ। ଆଜିକାଲି କମ ବୟସର ବ୍ୟକ୍ତିଙ୍କ ମଧ୍ୟରେ ଏହା ଦେଖାଯାଉଛି। ଏହା ସ୍ନାୟୁ ଜନିତ ରୋଗ ହୋଇଥିବା ବେଳେ ଏହା ଦ୍ୱାରା ଡ଼ିନ୍ଲୋମାଇନ ହରମୋନ ବଢ଼ିବାରୁ ବାରମ୍ବାର ଗୋଡ଼ ହଲାଇବାକୁ ଇଛା ହୋଇଥାଏ। ତେବେଏହାର ମୁଖ୍ୟ କାରଣ ହେଉଛି ନିଦ୍ରାହୀନତା । ନିଦ ପୂରା ନ ହୋଇଥିଲେ ବ୍ୟକ୍ତି ଥକାପଣ ଅନୁଭବ କରିଥାଏ ଯାହା ଦ୍ୱାରା ଏପରି କରିବା ପାଇଁ ଇଛା ହୋଇଥାଏ।

punjabkesari

ରେଷ୍ଟଲେସ ସିନଡ଼୍ରୋମ ନିଦ୍ରାହୀନତା ଏବଂ ଶରୀରରେ ଆଇରନର ଅଭାବରୁ ହୋଇଥାଏ। ଏହା ଛଡ଼ା କିଡ଼ନୀ, ମଧୁମେହ,ରକ୍ତଚାପ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ପାଖରେ ଏହି ଅଭ୍ୟାସ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହି ରୋଗର ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ କିଛି ଘରୋଇ ଉପଚାର ମଧ୍ୟ କରିବା ଆବଶ୍ୟକ। ଆପଣ ଦୈନିକ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରେ ସୁଧାର ଆସିଥାଏ ବୋଲି ଗବେଷଣାରୁ ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର