ଗର୍ଭାବସ୍ଥାରେ ଏହି ଜୁସ୍‌ ପିଇବା ଦ୍ୱାରା ଶିଶୁ ସୁସ୍ଥ ହୋଇଥାଏ

ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଇବା ପିଇବାରେ ଅଧିକ ଧ୍ୟାନ ଦେଇଥାନ୍ତି । ସେ ସମୟରେ ସେମାନେ ନିଜ ସହ ନିଜ ପିଲାମାନଙ୍କ ବିଷୟରେ ମଧ୍ୟ ଭାବି ଥାଆନ୍ତି । ଯେଉଁ ଖାଦ୍ୟ ଖାଇବା ଦ୍ୱାରା ତା’ଙ୍କ ଶିଶୁ ସୁସ୍ଥ ରହିବ, ସେ ସବୁ ଖାଦ୍ୟ ମହିଳାମାନେ ଡ଼ାକ୍ତରଙ୍କୁ ପରାମର୍ଶ କରି ଖାଇଥାନ୍ତି । ତେବେ ଗର୍ଭାବସ୍ଥାରେ ସବୁଠାରୁ ଅଧିକ ଲାଭଦାୟକ ହେଉଛି ଡ଼ାଳିମ୍ବ ରସ । ଯାହାକୁ ଖାଇବା ଦ୍ୱାରା ମା’ ଏବଂ ଶିଶୁ ଉଭୟ ସୁସ୍ଥ ରହି ଥାଆନ୍ତି । ଏଥିରେ ଭିଟାମିନ୍‌-ସି ର ପରିମାଣ ଅଧିକ ଥିବାରୁ ଶରୀରରେ ଥିବା ଆଇରନର ଅଭାବକୁ ଏହା ଦୂର କରିଥାଏ । ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ ଡ଼ାଳିମ୍ବ ଖାଇବା ଦ୍ୱାରା ଶରୀରକୁ କ’ଣ କ’ଣ ସବୁ ଫାଇଦା ମିଳିଥାଏ…
୧. ଗର୍ଭାବସ୍ଥା ସମୟରେ ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା ଏକ ସାଧାରଣ ସମସ୍ୟା । ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା ଦ୍ୱାରା ମହିଳାମାନଙ୍କର ବାନ୍ତି ହେବା ସହ ଶରୀର ଅସୁସ୍ଥ ହୋଇ ଯାଇଥାଏ । ସେଥିପାଇଁ ଗର୍ଭାବସ୍ଥାରେ ଡ଼ାଳିମ୍ବ ରସ ପିଇବା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ପ୍ରତିଦିନ ଖାଇବା ପରେ ଡ଼ାଳିମ୍ବ ରସ ପିଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇଥାଏ ।
୨. ଗର୍ଭବତୀ ମହିଳାଙ୍କୁ ଅଧିକ ସମୟ ବିଶ୍ରାମ କରିବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥିବାରୁ ସେ ସମୟରେ ଶାରୀରିକ ବ୍ୟାୟାମ ଏତେ ହୋଇ ପାରେ ନାହିଁ । ଯାହା ଫଳରେ ଗ୍ୟାସ୍‌ ସମସ୍ୟା ଦେଖା ଯାଇଥାଏ । ଏଭଳି ସମସ୍ୟା ହେଉଥିଲେ ଗର୍ଭାବସ୍ଥାରେ ପ୍ରତିଦିନ ଡ଼ାଳିମ୍ବ ଖାଆନ୍ତୁ । ଏହି ସମସ୍ୟା ଦୂରେଇ ଯିବ ।

punjabkesari.in

୩. ଡ଼ାଳିମ୍ବରେ ଅଧିକ ପରିମାଣରେ ପୋଟାସିୟମ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରର ମାଂସପେଶୀରେ ହେଉଥିବା କଷ୍ଟ ଦୂର ହୋଇଥାଏ । ସେଥିପାଇଁ ଗର୍ଭବତୀ ମହିଳା ଏହାକୁ ଖାଇବା ଦ୍ୱାରା ଗର୍ଭାବସ୍ଥାରେ ହେଉଥିବା କଷ୍ଟ ଦୂର ହୋଇଥାଏ ।
୪. ଶରୀରରେ ରକ୍ତର ପରିମାଣ ବୃଦ୍ଧି କରିବା ପାଇଁ ଡ଼ାକ୍ତର ଡ଼ାଳିମ୍ବ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଗର୍ଭାବସ୍ଥାରେ ଡ଼ାଳିମ୍ବ କାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ଠିକ୍‌ ରହିବା ସହ ଶିଶୁର ବିକାଶ ମଧ୍ୟ ହୋଇଥାଏ ।

punjabkesari.in

୫. ଯେଉଁ ମହିଳାଙ୍କର ଉଚ୍ଚ ରକ୍ତଚାପ ରହିଥାଏ, ସେହି ମହିଳାମାନଙ୍କୁ ଡ଼ାକ୍ତରଙ୍କ ପରାମର୍ଶ ନେଇ ଡ଼ାଳିମ୍ବ ଖାଇବା ଦରକାର ।

ସମ୍ବନ୍ଧିତ ଖବର