ସବୁ ପୁରୁଷଙ୍କର ନିଶଦାଢ଼ି ସମାନ ଭାବେ ଉଠି ନ ଥାଏ କାହିଁକି? ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର ରହସ୍ୟ ?

ଆଜିକା ଦିନରେ ଦାଢ଼ି ରଖିବା ଫ୍ୟାସନ ପାଲଟି ଯାଇଛି । ଚାରି ଆଡ଼େ ସମସ୍ତଙ୍କୁ ଏହି ଲୁକ୍‌ରେ ଦେଖିବାକୁ ମିଳୁଛି । ଫିଲ୍ମ ଷ୍ଟାରମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ଲୁକ୍‌କୁ ପସନ୍ଦ କରୁଛନ୍ତି ।

ତେବେ କିଛି ପୁରୁଷଙ୍କର ଦାଢ଼ି ଏବଂ ନିଶ ଠିକ୍‌ ଭାବେ ଉଠି ନଥାଏ । ଏହାର କାରଣ ହେଉଛି ‘ଡ଼ିଏଚ୍‌ଟି’ ହରମୋନର ଅଭାବ । ଏହି ହରମୋନର ଅଭାବ ପାଇଁ କିଛି ପୁରୁଷଙ୍କ ନିଶ ଓ ଦାଢ଼ି ଠିକ୍‌ ଭାବରେ ଉଠି ନ ଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ‘ଡ଼ିଏଚ୍‌ଟି(ଡ଼ାଇ ହାଇଡ଼୍ରୋ ଟେଷ୍ଟୋଷ୍ଟେରୋନ)’ ପୁରୁଷମାନଙ୍କ ମଧ୍ୟରେ ଦେଖାଯାଉଥିବା ହରମୋନ ଟେଷ୍ଟୋଷ୍ଟେରୋନ ସହ ମିଶି ରହିଥାଏ ।

ଯେଉଁ ପୁରୁଷଙ୍କ ପାଖରେ ଏହି ହରମୋନ ଅଧିକ ମାତ୍ରାରେ ଦେଖାଯାଏ ତାଙ୍କର ଠିକ୍‌ ଭାବରେ ନିଶ ଏବଂ ଦାଢ଼ି ଉଠିଥାଏ । ଏହା ସହିତ ଜିନ୍‌ର ପ୍ରଭାବ ମଧ୍ୟ ରହିଥାଏ । ଯଦି ଜଣଙ୍କର ପୂର୍ବ ପୁରୁଷମାନଙ୍କର ଭଲ ନିଶ ଏବଂ ଦାଢ଼ି ଥାଏ ତେବେ ତାଙ୍କ ପରବର୍ତ୍ତୀ ପିଢ଼ିରେ ମଧ୍ୟ ଭଲ ନଶ ଏବଂ ଦାଢ଼ି ଆସିଥାଏ ।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ‘ଟେଷ୍ଟୋଷ୍ଟେରୋନ’ରେ ପରିବର୍ତ୍ତନ ଦ୍ୱାରା ହିଁ ଡ଼ାଇ ହାଇଡ଼୍ରୋ ଟେଷ୍ଟୋଷ୍ଟେରୋନ ପ୍ରସ୍ତୁତ ହୋଇଥାଏ । ଏହି ହରମୋନର ପ୍ରଭାବ ‘ଟେଷ୍ଟୋଷ୍ଟେରୋନ’ ଠାରୁ ଅଧିକ ଥାଏ । ଯେଉଁ ପୁରୁଷଙ୍କ ପାଖରେ ଏହି ହରମୋନ ଅଧିକ ମାତ୍ରାରେ ଦେଖାଯାଏ ତାଙ୍କର ଠିକ୍‌ ଭାବରେ ନିଶ ଏବଂ ଦାଢ଼ି ଉଠିଥାଏ । ଏହା ସହିତ ଜିନ୍‌ର ପ୍ରଭାବ ମଧ୍ୟ ରହିଥାଏ । ଯଦି ଜଣଙ୍କର ପୂର୍ବ ପୁରୁଷମାନଙ୍କର ଭଲ ନିଶ ଏବଂ ଦାଢ଼ି ଥାଏ ତେବେ ତାଙ୍କ ପରବର୍ତ୍ତୀ ପିଢ଼ିରେ ମଧ୍ୟ ଭଲ ନଶ ଏବଂ ଦାଢ଼ି ଆସିଥାଏ ।

ନିଜ ଶରୀରରେ ‘ଟେଷ୍ଟୋଷ୍ଟେରୋନ’ର ମାତ୍ରା ନିୟନ୍ତ୍ରଣ ରଖିବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯେମିତିକି ଓଜନ କମାଇବା, ନିଶା ସେବନ ନକରିବା,ଖାଇବାରେ କାଜୁ,ବାଦାମ, ପିସ୍ତା, ଅଲିଭ୍‌ ତେଲ ଏବଂ ନଡ଼ିଆ ଖାଇବା ନିହାତି ଦରକାର ।

ସମ୍ବନ୍ଧିତ ଖବର