ରାତି ହେଲେ ନିଦ ଆସେ, ଆଉ କ’ଣ ସବୁ ଆସେ?

ରାତି ହେଲେ ନିଦ ଆସେ ବୋଲି କିଏ ବା ଜାଣେନା। ଏଇଟା କୋଉ ନୂଆ କଥା କି? ମାତ୍ର ନିଦ ସଙ୍ଗେ ସଙ୍ଗେ ରାତିରେ ଆହୁରି ଗୁଡ଼ାଏ ଜିନିଷ ଆସେ। ଆପଣ ସେ ସବୁକୁ ଜାଣିଛନ୍ତି ନିଶ୍ଚୟ କିନ୍ତୁ କେବେ ସେ ବିଷୟରେ ଭାବି ନଥିବେ କେବେ। ତେବେ, ଆସନ୍ତୁ ଜାଣିବା ରାତି ହେଲେ ନିଦ ସଙ୍ଗେ ସଙ୍ଗେ ଆଉ କ’ଣ ସବୁ ଆସେ। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ନିଦ: ପ୍ରତ୍ୟେକ ସୁସ୍ଥ ମଣିଷକୁ ରାତିରେ ନିଦ ଆସିବା ଏକ ସ୍ୱଭାବିକ କଥା। ନିଦ ଯଦି ଠିକ୍‌ ଭାବେ ଆସୁଛି ତେବେ ତାହା ଅତ୍ୟନ୍ତ ଭଲ କଥା। ମାତ୍ର ଆଜିକାଲି ନାନା ଶାରୀରିକ ଅସୁସ୍ଥତା ହେତୁ ନିଦ ଠିକ୍‌ ଭାବେ ଆସୁନାହିଁ। ସେପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ସ୍ୱପ୍ନ: କେବଳ ଯେ ନିଦରେ ସ୍ୱପ୍ନ ଆସେ ତାହା ନୁହେଁ। ଅନେକ ଉଚ୍ଚାଭିଳାଷୀ ବ୍ୟକ୍ତି ଚେଇଁ ଚେଇଁ ମଧ୍ୟ ସ୍ୱପ୍ନ ଦେଖନ୍ତି। ଭବିଷ୍ୟତ ସଂପର୍କରେ ଭାବି ଭାବି ଖୁସି ହୁଅନ୍ତି। ନିଜକୁ ନେଇ ଅନେକ ଉତ୍କଷ୍ଟ କଳ୍ପନା ସବୁ କରନ୍ତି। ଏମିତିରେ ନିଦରି ବି ତ ସ୍ୱପ୍ନ ଆସିଥାଏ। ଅବଶ୍ୟ ରାତିରେ ଏମିତି ମିଠା ମିଠା କଥା ଭାବିବା ମସ୍ତିଷ୍କ ପାଇଁ ଭଲ। ମାତ୍ର ଅତି ସବୁବେଳ ଇତି। ଅଧିକ ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ମାନସିକ ରୋଗର ଶିକାର ହୋଇପାରନ୍ତି।

ଚିନ୍ତା: ବ୍ୟକ୍ତି ଦିନ ତମାମ କାର୍ଯ୍ୟରେ ବୁଡ଼ି ରହିବା ହେତୁ ଚିନ୍ତା ବି ତା’କୁ ଠିକ୍‌ ଭାବେ ଘାରି ପାରେନା। ରାତି ହେବା ମାତ୍ରେ ଦିନ ଯାକର ସବୁ ତକ ଚିନ୍ତା ଆସି ମୁଣ୍ଡରେ ଠୁକେ। କାଢ଼ିବାକୁ ଚେଷ୍ଟା କରି ମଧ୍ୟ ସେସବୁକୁ ଆମେ କାଢ଼ି ପାରି ନଥାଉ। ବେଳେ ବେଳେ କାଢ଼ିବାକୁ ଚେଷ୍ଟା ହିଁ କରିନଥାଉ। ତେବେ, ଗବେଷକମାନେ ପରାମର୍ଶ ଦିଅନ୍ତି ଦୀର୍ଘ ଦିନ ଚିନ୍ତାରେ ବୁଡ଼ି ରହିଲେ ପାଗଳ ହେବାର ସମ୍ଭାବନା ଅଛି। କେଉଁ ଉପାୟରେ ଚିନ୍ତା ଭଗେଇବେ ତାହା ନିଜେ ଚିନ୍ତା କରନ୍ତୁ।

ଘୁଙ୍ଗୁଡ଼ି: ଖାଲି ଯେ ଜଣେ ବ୍ୟକ୍ତି ରାତିରେ ଶୋଇବା ଅବସ୍ଥାରେ ଘୁଙ୍ଗୁଡ଼ି ମାରିଥାଏ ତାହା ନୁହେଁ। ଦିନରେ ବି ବେଳେ ବେଳେ ଗାଢ଼ ନିଦରେ ଶୋଇଥିଲେ ଘୁଙ୍ଗୁଡ଼ି ଆସିଥାଏ। ରାତିରେ ନିଦ ଅତ୍ୟନ୍ତ ଗଭୀର ହୋଇଥିବାରୁ ରାତିରେ ହିଁ ଗାଢ଼ ଘୁଙ୍ଗୁଡ଼ି ଆସିଥାଏ। ପୃଥୁଳକାୟ ଲୋକେ ବିଶେଷ ଘୁଙ୍ଗୁଡ଼ି ମାରିଥାନ୍ତି। ଏହାର ମଧ୍ୟ ସମାଧାନ ରହିଛି। ଆଜି କାଲି ଘୁଙ୍ଗୁଡ଼ି ପାଇଁ ଆୟୁର୍ବେଦ ଚିକିତ୍ସା ମଧ୍ୟ ଉପଲବ୍ଧ।

ସମ୍ବନ୍ଧିତ ଖବର