ଆପଣ ଭାବୁ ଥିବେ ନିଶ୍ଚୟ ଯେ ଏମିତି କେଉଁ ଜିନିଷ ଅଛି ଯାହାକୁ ଛୁଇଁବା ମନା? ଆଜ୍ଞା ହଁ, ଏମିତି କିଛି ଜିନିଷ ଅଛି ଯାହାକୁ ଛୁଇଁଲେ ବା ତାହା ଆପଣଙ୍କ ଦେହରେ ବାଜି ଛୁଆଁ ହୋଇଗଲେ ଅଶୁଭ ହେଇଥାଏ। ସେ ସବୁ ପ୍ରତି ସତର୍କ ରୁହନ୍ତୁ। ଆସନ୍ତୁ ଜାଣିବା ସେ ସବୁ କ’ଣ।
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ମୃତ ଶବ ପୋଡ଼ା ଯାଇଥିବା ସ୍ଥାନକୁ। ଆବଶ୍ୟକ ନପଡ଼ିଲେ ସେ ଭୂଇଁଙ୍କୁ ଛୁଅନ୍ତୁ ନାହିଁ ଯେଉଁଠି କେହି ପୋଡ଼ା ଯାଇଛନ୍ତି। ଯଦି ବି କୌଣସି କାରଣରୁ ଛୁଇଁବାକୁ ପଡୁଛି ତେବେ ଛୁଇଁ ସାରି ନିଶ୍ଚୟ ସ୍ନାନ କରନ୍ତୁ।
କୌଣସି ଖାଦ୍ୟକୁ ଗୋଡ଼ରେ ଛୁଅଁନ୍ତୁ ନାହିଁ। ଏମିତି କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏମିତି କରୁଥିବା ଲୋକ ପରବର୍ତ୍ତୀ ମୁହୂର୍ତ୍ତରେ ଖାଇବାକୁ ପାଇନଥାନ୍ତି।
ଅବଶ୍ୟ ଆଜିକାଲି ସଉକରେ ଘରେ କୁକୁର ପାଳିଲେଣି। ମାତ୍ର ଶାସ୍ତ୍ରରେ ଲେଖାଯାଇଛି ଯେ କୁକୁର ଏକ ଅସ୍ପୃହ୍ୟ ପଶୁ। ଗାଧେଇ ସାରିବା ପରେ ଆଦୌ ବି କୁକୁର ଛୁଇଁବା କଥା ନୁହେଁ।
ଜୁଇ ନିଆଁର ଧୂଆଁ ଯଦି ଦେହରେ ବାଜେ ତେବେ ତାହା ପରିବାର ପାଇଁ ଅଶୁଭ ବୋଲି ବିଶ୍ୱାସ ରହିଛି। ଆପଣ ଯଥା ଷ୍ଟେଟା କରନ୍ତୁ କାହାର ବି ଜୁଇ ନିକଟରୁ ନିଜକୁ ଦୂରେଇ ରଖିବା ପାଇଁ। କେବଳ ସେତିକି ନୁହେଁ, ମୃତ ଦେହ, ଶବ ପୋଡ଼ା ଯାଇଥିବା କାଠ ଏବଂ ସେ କାର୍ଯ୍ୟରେ ଲାଗିଥିବା ଏମିତି ଗୁଡ଼ାଏ ନିଜିଷକୁ ଛୁଇଁବା ପାଇଁ ବାରଣ କରାଯାଇଛି।
ଗାଧୋଇବା ପୂର୍ବରୁ ଠାକୁର ଫଟୋ, ମୂର୍ତ୍ତି କିମ୍ବା ଭୋଗ ଥାଳି ଆଦି ଛୁଅଁନ୍ତୁ ନାହିଁ। ସେପରି କଲେ ଭଗବାନ ଅସୁନ୍ତୁଷ୍ଟ ହୋଇଥାନ୍ତି ବୋଲି କଥା ରହିଛି।