ଶାରୀରିକ ସମସ୍ୟା ଦୂର କରିବାକୁ ଚାହାନ୍ତି କି? ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ ପ୍ରକାରର ମଞ୍ଜି

ପ୍ରତି ମଣିଷ ସବୁ ସମୟରେ ସୁସ୍ଥ ରହିବା ପାଇଁ ଚାହିଁଥାନ୍ତି । ସେଥିପାଇଁ ଲୋକମାନେ ପ୍ରାୟ ପ୍ରତିଦିନ ଫଳ ଏବଂ ସବୁଜ ପନିବରିବା ଖାଇଥାନ୍ତି । କିନ୍ତୁ ଫଳ ଖାଇବା ପୂର୍ବରୁ ସେଥିରେ ଥିବା ମଞ୍ଜିଗୁଡ଼ିକୁ ସେମାନେ ବାହାର କରି ଫିଙ୍ଗି ଦେଇଥାନ୍ତି । ମାତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେଉଛି ମଞ୍ଜି । ଆଜି ଆମେ ଆପଣଙ୍କୁ ଜଣାଇବୁ ଅଦରାକରୀ ବୋଲି ଭାବି ଫିଙ୍ଗି ଦେଉଥିବା ମଞ୍ଜିଗୁଡ଼ିକ ବାସ୍ତବରେ ଶରୀର ପାଇଁ କେତେ ଲାଭଦାୟକ ।

୧.ଭିଟାମିନ୍‌ ବି ଏବଂ ଫଲିକ୍‌ ଏସିଡ଼ରେ ଭରପୂର ଥିବା କଖାରୁ ମଞ୍ଜିକୁ ସେବନ କରିବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ । ଏହା ସହ ମଧୁମେହ ରୋଗରେ ପୀଡ଼ିତ ଥିବା ଲୋକମାନେ ଏହାକୁ ଖାଇବା ଦ୍ୱାରା ସେମାନଙ୍କୁ ଲାଭ ମିଳିଥାଏ । ଏହାକୁ ପୋଡ଼ି ଖିଆଯାଇପାରିବ।

nari.punjabkesari.in

୨.ପଣସକୁ କଞ୍ଚାରେ ତରକାରି କିମ୍ବା ପାଚିଲାରେ ସିଧା ଖିଆଯାଇଥାଏ । କିନ୍ତୁ ଅନେକ ପଣସ ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ଆପଣଙ୍କୁ ଭୋକ ହେଉ ନାହିଁ ତେବେ ପଣସ ମଞ୍ଜିକୁ ରାତିରେ ପାଣିରେ ଭିଜାଇ ସକାଳେ ଏହାକୁ ଖାଆନ୍ତୁ । ଏପରି କରିବା ଦ୍ୱାରା ଭୋକ ଲାଗିବା ଆରମ୍ଭ ହୋଇଥାଏ ।

nari.punjabkesari.in

୩.ଓଜନ କମାଇବା ପାଇଁ ତରଭୁଜର ମଞ୍ଜି ଲାଭଦାୟକ । ତରଭୁଜ ଖାଇ ସାରିବା ପରେ ତା’ର ମଞ୍ଜିକୁ କ୍ଷୀର ବା ପାଣି ସହ ଖାଆନ୍ତୁ । ଏହା ଛଡ଼ା ଏହାକୁ ଆପଣ ଭାଜି କରି ମଧ୍ୟ ଖାଇ ପାରିବେ ।

nari.punjabkesari.in

୪.ଅଙ୍ଗୁର ଯେମିତି ଶରୀର ପାଇଁ ଲାଭଦାୟକ । ସେଭଳି ଅଙ୍ଗୁରର ମଞ୍ଜି ମଧ୍ୟ ଶରୀର ପାଇଁ ଲାଭଦାୟକ । ଏଥିରେ ଭିଟାମିନ ଇ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ । ଏହାକୁ ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

nari.punjabkesari.in

୫.ସୂର୍ଯ୍ୟମୁଖୀର ମଞ୍ଜି ମଧ୍ୟ ଶରୀରରକୁ ଅନେକ ରୋଗରୁ ଦୂରରେ ରଖିଥାଏ । ମ୍ୟାଗ୍‌ନେସିୟମ,କପର ଏବଂ ଭିଟାମିନ ଇରେ ଭରପୂର ଥିବା ଏହି ମଞ୍ଜିକୁ ଖାଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ଦୂର ହେବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର