/sambad/media/post_attachments/wp-content/uploads/2018/05/Heart-Attack-Risk_Slide_2.jpg)
ଅଧିକାଂଶ ଲୋକେ ଜାଣନ୍ତି କି ସ୍ମୋକିଙ୍ଗ୍ (ଧୂମପାନ), ଅଧିକ ମଦ ପିଇଲେ ଓ ଶରୀରକୁ ଆକ୍ଟିଭ୍ ନ ରଖିଲେ ହୃଦ୍ଘାତର ଆଶଙ୍କା ବଢ଼ିଥାଏ। କିନ୍ତୁ ମଣ୍ଟେଫୋର୍ ମେଡିକାଲ୍ ସେଣ୍ଟର୍, ନ୍ୟୁୟର୍କ୍ର ଅନୁସନ୍ଧାନରୁ ଏହା ପ୍ରମାଣିତ ହୋଇଛି କି, ଯେଉଁମାନେ ଭୁଲ୍ ଖାଦ୍ୟଶୈଳୀ ଆପଣାନ୍ତି ସେମାନଙ୍କର ମଧ୍ୟ ହୃଦ୍ଘାତର ଆଶଙ୍କା ୨୭ ପ୍ରତିଶତ ବଢ଼ିଯାଏ। ଏହି ଅଭ୍ୟାସକୁ ବନ୍ଦ କରିଲେ ହୃଦ୍ଘାତର ଆଶଙ୍କାକୁ କମ୍କରାଯାଇ ପାରିବ। ହୃଦ୍ରୋଗ ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଜାଣନ୍ତୁ ଖାଦ୍ୟ ଖାଇବାର କେତେକ ଖରାପ ଅଭ୍ୟାସ ଯାହା ହୃଦ୍ଘାତ ଆଶଙ୍କା ବଢ଼ାଏ....
/sambad/media/post_attachments/wp-content/uploads/2018/05/Heart-Attack-Risk_Slide_3.jpg)
ଜଳଖିଆ ନ ଖାଇବା: ସକାଳେ ଠିକ୍ ସମୟରେ ଜଳଖିଆ ନ କରି ଡେରି ଯାଏଁ ଭୋକରେ ରହିଲେ ମୋଟାପଣ ବଢ଼ିଥାଏ। ଏହା ଦ୍ୱାରା ଶରୀରରେ ପ୍ରଚୁର କୋଲେଷ୍ଟ୍ରୋଲ୍ ତିଆରି ହୁଏ ଯାହା ହୃତ୍ପିଣ୍ଡରେ ଖରାପ ପ୍ରଭାବ ପକାଏ। ଜଳଖିଆ ଖାଉ ନ ଥିବା ଲୋକଙ୍କର ହୃଦ୍ଘାତ ଆଶଙ୍କା ୨୭ ପ୍ରତିଶତ ଅଧିକ ରହିଥାଏ।
/sambad/media/post_attachments/wp-content/uploads/2018/05/Heart-Attack-Risk_Slide_4.jpg)
ଖାଇଲା ପରେ ମିଠା ଖାଇବା: ଖାଇ ସାରିବା କ୍ଷଣି ମିଠା ଖାଇଲେ ଶରୀରରେ ଗ୍ଲୁକୋଜ୍ ସ୍ତର ଖୁବ୍ ବଢ଼ିଥାଏ। ଏଥିରୁ ଚର୍ବିଅଂଶ ବଢ଼ିଥାଏ ଯାହା ହୃଦ୍ରୋଗର ଆଶଙ୍କା ବଢ଼ାଇଥାଏ।
/sambad/media/post_attachments/wp-content/uploads/2018/05/Heart-Attack-Risk_Slide_5.jpg)
ଅଧିକ ମଶଲା ମିଶ୍ରିତ ଖାଦ୍ୟ: ଅଧିକ ରାଗ ବା ଲଙ୍କା ଓ ମଶଲା ଦିଆଯାଇଥିବା ଖାଦ୍ୟ ଖାଇଲେ ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଯାଏ। ଏହା ଦ୍ୱାରା ହୃଦ୍ଘାତର ଆଶଙ୍କା ବଢ଼ିଯାଏ।
/sambad/media/post_attachments/wp-content/uploads/2018/05/Heart-Attack-Risk_Slide_6.jpg)
ଅଧିକ ତୈଳ ଖାଦ୍ୟ ଖାଇବା: ଅଧିକ ତୈଳ ଖାଦ୍ୟ ଖାଇଲେ ଶରୀରରେ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯାଏ। ଏଥିରୁ କୋଲେଷ୍ଟ୍ରୋଲ୍ ବଢ଼ିଥାଏ ଯାହା ହୃଦ୍ଘାତର ଆଶଙ୍କା ବଢ଼ାଇଥାଏ।
/sambad/media/post_attachments/wp-content/uploads/2018/05/Heart-Attack-Risk_Slide_7.jpg)
ହାର୍ଡ୍ ଫ୍ୟାଟ୍ ମାଂସ ଖାଇବା: ପ୍ରତିଦିନ ଖାଦ୍ୟରେ ହାର୍ଡ୍ ଫ୍ୟାଟ୍ ମିଟ୍ ଭଳିଆ ମଟନ୍ ଓ ବିଫ୍ ଖାଇଲେ ଶରୀରରେ ଅଧିକ ଫ୍ୟାଟ୍ର ମାତ୍ରା ବଢ଼ିଯାଏ। ଏହା ଶରୀରରେ କୋଲେଷ୍ଟ୍ରୋଲ୍ ବଢ଼ାଇଥାଏ ଯାହା ଦ୍ୱାରା ହୃଦ୍ରୋଗର ଆଶଙ୍କା ବଢ଼ିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Heart-Attack-Risk_Slide_1-1.jpg)