ଭାରତୀୟମାନେ ଅଧିକ ପ୍ରୋଟିନ୍‌ ଗ୍ରହଣ କରିବା ଜରୁରୀ , ଜାଣନ୍ତୁ କାରଣ

1 695

ନିକଟରେ ଇଣ୍ଡିଆନ୍‌ ଡାଏଟିସିଆନ୍‌ ଆସୋସିଏନ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଶାକାହାରୀମାନଙ୍କୁ ଚମକେଇ ଦେଇଛି ।
ଏହି ରିପୋର୍ଟରେ କୁହାଯାଇଛି ସମଗ୍ର ଭାରତବର୍ଷରେ ମାତ୍ର ୫୦ ପ୍ରତିଶତ ଲୋକ ସଂପୂର୍ଣ୍ଣ ପ୍ରୋଟିନ୍‌ ନେଇ ପାରନ୍ତି ନାହିଁ । କେବଳ ଶାକାହାରୀ ଭୋଜନ ଆପଣଙ୍କ ଶରୀରରେ ପ୍ରୋଟିନ୍‌ର ଅଭାବତା ପୂରଣ କରି ନ ପାରେ । ଏଣୁ ଅନ୍ୟ ଉପାୟରେ ପ୍ରୋଟିନ୍‌ ଗ୍ରହଣ କରିବା ଜରୁରୀ ।
ଏହି ରିପୋର୍ଟ ସାମ୍ନାକୁ ଆସିବା ମାତ୍ରେ ଗର୍ଭବତୀ ମହିଳାମାନଙ୍କୁ ସଂପର୍କରେ କେତେକ ପ୍ରଶ୍ନ ଉଠିଛି । ବିଶେଷଜ୍ଞମାନଙ୍କ ମତ ହେଲା ଯେ ଶାକାହାରୀ ଗର୍ଭବତୀ ମହିଳାମାନେ ଅନ୍ୟ ଉପାୟରେ ପ୍ରୋଟିନ୍‌ ଗ୍ରହଣ କରିବାରେ ସକ୍ଷମ ହୁଅନ୍ତି ନାହିଁ । ତେବେ ସେମାନେ ଖାଦ୍ୟରେ ଦୁଗ୍ଧକୁ ମିଶାଇଲେ ପ୍ରୋଟିନର ମାତ୍ରା ଅନେକାଂଶରେ ପୂରଣ ହୋଇପାରିବ ।

photo-mirror

ଏହି ରିପୋର୍ଟ ସଂପର୍କରେ ପାଥୋଲୋଜିଷ୍ଟ ବି ସେସି କେରନ୍‌ଙ୍କ କହିବା ଅନୁଯାୟୀ ପ୍ରୋଟିନ୍‌କୁ ଅନ୍ୟ ଉପାୟରେ ମଧ୍ୟ ଗ୍ରହଣ କରି ହେବ । ଆମ ଶରୀର ଖାଦ୍ୟ ଶସ୍ୟ ଓ ଡାଲିର ୫:୧ ଅନୁପାତର ଆବଶ୍ୟକତା ଅଛି । ତେବେ ଦୁଗ୍ଧ ୬୫ ପ୍ରତିଶତ ହେବା ଆବଶ୍ୟକ । ଗର୍ଭବତୀ ମହିଳାମାନଙ୍କର ଗର୍ଭସ୍ଥ ଶିଶୁର ପ୍ରତିଦିନ ୨୦ ଗ୍ରାମ୍‌ ପ୍ରୋଟିନ୍‌ର ଆବଶ୍ୟକତା ରହିଛି । ଆଇଡିଏର ଅଧ୍ୟକ୍ଷ ନୀଳଂଜନା କହିଛନ୍ତି ଯେ ଖାଦ୍ୟରେ ପର୍ଯ୍ୟାପ୍ତ ପ୍ରୋଟିନ୍‌ ସାମିଲ୍‌ କରିବା ଉଚିତ । ଏଣୁ ନିରାମିଷ ଭୋଜନ ସ୍ୱାସ୍ଥ୍ୟପ୍ରଦ ବୋଲି କୁହାଗଲେ ବି ଏଥିରେ ଯଥେଷ୍ଟ ପରିମାଣରେ ପ୍ରୋଟିନ୍‌ ନଥାଏ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Sanjay pani says

    Post national and international news more & plz try to avoid “ad” in between [when I read, I have been seeing a lot & those disturbing me].