ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ଏସବୁ କରନ୍ତୁ
ଆମେ ଅନେକ ସମୟରେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଉ । ଏଥିମଧ୍ୟରୁ ଗୋଟିଏ ହେଲା ଭୂତାଣୁ ସଂକ୍ରମଣ । ଏଥିରୁ ରକ୍ଷା ପାଇବାପାଇଁ ବା ଏହା କିପରି ଆମକୁ ପ୍ରଭାବିତ ନ କରେ ସେ ସଂପର୍କରେ କିଛି ଉପଯୋଗୀ ଟିପ୍ସ ଜାଣନ୍ତୁ
Sambad is now on WhatsApp
Join and get latest news updates delivered to you via WhatsApp
ଫଳ ଏବଂ ପରିବା ଖାଇବା ପୂର୍ବରୁ ତା’କୁ ଭଲରେ ଧୋଇ ଦିଅନ୍ତୁ ।
ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ ।
ଯେଉଁଥିରେ ଭିଟାମିନ୍ ବି ଏବଂ ସି ଥାଏ, ତାକୁ ଗ୍ରହଣ କରନ୍ତୁ ।
ଭିଡ ହୋଇଥିବା ଜାଗାକୁ ଯାଆନ୍ତୁ ନାହିଁ, କାହିଁକିନା ସେଠାରେ ଭାଇରାଲ ସଂକ୍ରମଣ ହେବାରେ ସମ୍ଭାବନା ଅଛି ।
ନିଜର କପଡା ଓ ପ୍ରସାଧାନ ସାମଗ୍ରୀକୁ କାହା ସହିତ ସେୟାର କରନ୍ତୁ ନାହିଁ ।
ପ୍ରତ୍ୟେକ ଦିନ ୧୦-୧୨ ଗ୍ଲାସ୍ ପାଣି ପିଅନ୍ତୁ ।
ଏହି ସମୟରେ କୌଣସି ଗରିଷ୍ଠ ଆହାର ଖାଆନ୍ତୁ ନାହିଁ ।
ସାଧାରଣ ଥଣ୍ଡାକୁ ନିଜର ପ୍ରତିରକ୍ଷା ପ୍ରଣାଳୀ ଭଲ କରିଥାଏ ।
ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ରଖିବା ଉଚିତ୍ । ଜୋତାକୁ ବାହାରେ ରଖିକି ଘରକୁ ଆସିବା ଉଚିତ୍ । ଘରର ଜିନିଷକୁ ଛୁଇଁବା ପୂର୍ବରୁ ହାତ ଧୋଇକି ଛୁଅଁନ୍ତୁ ।
ଭୂତାଣୁ ସଂକ୍ରମଣ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ । ଏଣୁ ଖାଦ୍ୟକୁ ଭଲରେ ଚୋବାଇ ଖାଆନ୍ତୁ ।