ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ହେଉନାହିଁ କି? ଆପଣାନ୍ତୁ ଏହି ସବୁ ଉପାୟ

ନିଦ୍ରାହୀନତା ଆଜିକାଲି ଏକ ସାଧାରଣ ସମସ୍ୟା। ବିଶେଷ କରି ଯୁବପିଢ଼ିଙ୍କ ଭିତରେ ପ୍ରବଳ ମାତ୍ରାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ନ ଆସିବା ପ୍ରାୟ ଅଧାରୁ ଅଧିକ ବ୍ୟକ୍ତିଙ୍କ ସମସ୍ୟା ପାଲଟି ଗଲାଣି। ଯଦି ନିଜ ଜୀବନ ଶୈଳୀକୁ ଏକ ନିର୍ଦ୍ଦିଷ୍ଟ ନୀତିରେ ପକାଇ ଦିଆଯାଏ ତେବେ ନିଦ୍ରାହୀନତା କମ୍‌ କରାଯାଇପାରେ।

: ପ୍ରତିଦିନ ବ୍ୟାୟାମ କରିବା ଶରୀର ପାଇଁ ଖୁବ୍‌ ଜରୁରୀ। ବ୍ୟାୟାମ କରିବା ଦ୍ୱାରା ଶରୀର ଥକି ପଡ଼େ। ଶରୀରରେ ଥକାପଣ ରହିଲେ ଅପେକ୍ଷାକୃତ ଜଲ୍‌ଦି ନିଦ ଆସିଥାଏ। ଅତି କମରେ ଅଧ ଘଣ୍ଟା ବ୍ୟାୟାମ କରନ୍ତୁ।

: ଖଟକୁ ଯିବାର ଓ ଖଟରୁ ଓହ୍ଲାଇବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ଯେତେ କାମ ଥିଲେ ବି ଆପଣଙ୍କ ସମୟ ହେବା ମାତ୍ରେ ବିଛଣାକୁ ଯାଆନ୍ତୁ ଓ ଯେତେ ନିଦ ଲାଗୁଥିଲେ ବି ଠିକ୍‌ ସମୟରେ ହିଁ ବିଛଣା ତ୍ୟାଗ କରନ୍ତୁ।

Healthline

: ଯଦି ଆପଣଙ୍କର ଥଣ୍ଡା ଦେହ ନୁହେଁ ତେବେ ବିଛଣାକୁ ଯିବା ପୂର୍ବରୁ ଗାଧୋଇବାକୁ ଭୁଲନ୍ତୁୁ ନାହିଁ।

: ବିଛଣାକୁ ଯାଇ ସାରି କିଛି ସମୟ ଆଖି ବନ୍ଦ କରି ମନେ ମନେ ‘ଓମ୍‌’ ଉଚ୍ଚାରଣ କରନ୍ତୁ।

: ବିଛଣାକୁ ଯିବା ପରେ ଖାଇବା, ମୋବାଇଲ୍‌ ବ୍ୟବହାର କରିବା, ଟିଭି ଦେଖିବା ଆଦି କାମ କରନ୍ତୁ ନାହିଁ। ସବୁ କାମ ସାରିବା ପରେ ବିଛଣାକୁ ଯାଆନ୍ତୁ।

ସମ୍ବନ୍ଧିତ ଖବର