ଜାଣନ୍ତୁ ଦୈନିକ ଆଚାର ଖାଇବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ନା କ୍ଷତିକାରକ

ଆଚାର ଆମ ଭାରତୀୟ ମାନଙ୍କର ଏକ ଅତି ପ୍ରିୟ ଖାଦ୍ୟ। ଭାତ, ରୁଟି, ପାଆଁରୁଟି, ପୁରୀ ଆଦି ବିଭିନ୍ନ ଖଦ୍ୟରେ ଆମେ ଆଚାର ଲୋଡ଼ିଥାଉ। ଏହାକୁ ପ୍ରାୟ ଦୈନିକ ଖାଇଥାନ୍ତି ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। ମାତ୍ର ଆପଣ କ’ଣ ଏ ବିଷୟରେ କେବେ ଭାବିଛନ୍ତି କି ଆଚାର ଖାଇବା ଦେହ ପକ୍ଷେ ଭଲ ନା ଖରାପ?

ଆଚାରରେ ବହୁଳ ପରିମାଣର ସୋଡିୟମ୍‌ ଭାଗ ଥାଏ। ଯେହେତୁ ଏଥିରେ ପ୍ରଚୁର ପରିମାଣର ଲୁଣ ମିଶ୍ରଣ କରାଯାଇଥାଏ ତେଣୁ ଏଥଇରେ ସୋଡିୟମ୍‌ ରହିବା ସ୍ୱାଭାବିକ। କେବଳ ଲୁଣ ନୁହେଁ ବରଂ ଆଚାରକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଭଲ ରଖିବା ପାଇଁ ଏଥିରେ ପ୍ରଚୁର ତୈଳ ମଧ୍ୟ ମିଶ୍ରଣ କରାଯାଇଥାଏ। ଆପଣଙ୍କ ଜାଣିଥିବେ ନିଶ୍ଚୟ ଅତ୍ୟଧିକ ଲୁଣ ଓ ତୈଳ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କେବେ ବି ଲାଭପ୍ରଦ ନୁହେଁ।

ଏହା ଏକ ସାଧାରଣ କଥା ଯେଉଁ ଖାଦ୍ୟରେ ଅତିରିକ୍ତ ମାତ୍ରାରେ ଲୁଣ ଓ ତୈଳ ମିଶ୍ରଣ କରାଯାଇଥାଏ ତାହା ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍‌ ବୃଦ୍ଧିର କାରଣ ହୋଇଥାଏ।

ଅତ୍ୟଧିକା ଆଚାର ସେବା ମୋଟାପଣର ବି କାରଣ ହୋଇଥାଏ। ତେଣୁ ଜାଣିବାକୁ ମିଳିଛି ଯେ ଦୈନିକ ଆଚାର ଖାିବା ଦ୍ୱାରା ଗୋଟାଏ କିମ୍ବା ଦୁଇଟି ନୁହେଁ ବରଂ ଅନେକଗୁଡ଼ିଏ ରୋଗକୁ ଏକା ଥରକେ ନିମନ୍ତ୍ରଣ କରିବା ସହ ସମାନ।

ସମ୍ବନ୍ଧିତ ଖବର