ବେଳେବେଳେ କାନ୍ଦିବା ଜରୁରୀ,ଜାଣନ୍ତୁ କାହିଁକି

ମଣିଷ ମନରେ ଯେତେବେଳେ ଦୁଃଖ ଆସେ ସେତେବେଳେ ସେ କାନ୍ଦିଥାଏ। ସାଧାରଣତଃ କାନ୍ଦିବା ଭଲ ନୁହେଁ ବୋଲି ସମସ୍ତେ ଭାବନ୍ତି। ହେଲେ କାନ୍ଦିବା ଦ୍ୱାରା ବ୍ୟକ୍ତିର ଅବସାଦ କମିଥାଏ ବୋଲି ଅଲ୍ଜାଇମର୍‌ ରିସର୍ଜ ସେଣ୍ଟର ରିଜନ୍ସ ହସ୍ପିଟାଲ୍‌ ଫାଉଂଣ୍ଡେସନ୍‌ର ଡ଼ାଇରେକ୍ଟର ବିଲିୟମ୍‌ ଏଚ୍‌ ଫ୍ରି କହିଛନ୍ତି। ଏନେଇ ବିଲିୟମ୍‌ ଏଚ୍‌ ଫ୍ରି କେତେଜଣ ଲୋକଙ୍କୁ ଦୁଃଖ ଭରା ଫିଲ୍ମ ଦେଖାଇଥିଲେ । ଆମେ କାନ୍ଦିବା ପରେ ଏହି କାରଣରୁ ଭଲ ଅନୁଭବ କରିଥାଉ,କାହିଁକିନା ଏହା ଆମର ଅବସାଦ ଦ୍ୱାରା ଉତ୍ପନ୍ନ ହେଉଥିବା କେମିକାଲ୍‌ସକୁ ବାହାର କରିଦିଏ। ତେବେ ଆମକୁ ଏହା ଆଦୌ ହିଁ ଜଣା ନଥାଏ କି ଏହି କେମିକାଲ୍‌ସ ଗୁଡ଼ିକ କ’ଣ ହୋଇଥାଏ? ତେବେ ଲୁହରେ ଏସ ଟ୍‌ଏଚ୍‌ ରହିଥାଏ।ଯାହାକି ଅବସାଦ ମାଧ୍ୟମରେ ବଢ଼ିବାକୁ ଲାଗେ।

photo-youtube

ଏହା ହୃଦୟ ଏବଂ ମସ୍ତିଷ୍କର କ୍ଷତି ହେବାକୁ ଦିଏ ନାହିଁ । ତେବେ ବିଲିୟମ୍‌ ଏଚ୍‌ ଫ୍ରିଙ୍କ ଅନୁଯାୟୀ ,ବେଳେ ବେଳେ କାନ୍ଦିବା ଜରୁରୀ ।ଏହା ଦ୍ୱାରା ଅବସାଦ କମ୍‌ ହେବା ସହିତ ଏହା ଆମ ହାର୍ଟ ଏବଂ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଦିଏ ନାହିଁ।ତେଣୁ ଆମେ ଆମର ଶିଶୁଙ୍କୁ କାନ୍ଦିବା ଠାରୁ ରୋକିବା ଆଦୌ ହେଲେ ବି ଉଚିତ୍‌ ନୁହେଁ। ବରଂ ଆମକୁ ଏ ନେଇ ଖୁସି ହେବା ଉଚିତ୍‌ ଯେ,ଆମ ପିଲା ମଧ୍ୟରେ ଏଭଳି କ୍ଷମତା ରହିଅଛି।

ସମ୍ବନ୍ଧିତ ଖବର