ପରିବାରର ସୁଖ-ଶାନ୍ତି ପାଇଁ ସପ୍ତାହର ସାତ ଦିନରେ ଆପଣାନ୍ତୁ ଏହି ଭିନ୍ନଭିନ୍ନ ଉପାୟ

ହିନ୍ଦୁ ଧର୍ମରେ ଆସ୍ଥା ରଖୁଥିବା ଲୋକମାନଙ୍କ ପାଇଁ ଶିବପୁରାଣର ସ୍ୱତନ୍ତ୍ରତା ଅଧିକ ରହିଛି। ଶିବପୁରାଣରେ ସୁଖ-ଶାନ୍ତି ଜୀନବଶୈଳୀ ପାଇଁ ବିଭିନ୍ନ ପ୍ରକାର ଉପାୟ ଉଲ୍ଲେଖ ରହିଛି। କଥାରେ ଅଛି, ଗ୍ରହ ଦିଶା ଖରାପ ହେବା ହେତୁ ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଏହି ପରିସ୍ଥିତିକୁ ଦୂର କରିବା ପାଇଁ ଶିବ ପୁରାଣରେ ଦିଆ ଯାଇଥିବା ଉପାୟ ବିଷୟରେ ଆସନ୍ତୁ ଜାଣିବା।

ରବିବାର: ଏହି ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଇଥାଏ। ଏଥିପାଇଁ ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରାଯାଇଥାଏ। ଏଥିସହିତ କୌଣସି ଗରିବଲୋକଙ୍କୁ ଗୁଡ଼ ଦାନ କରିବା ଫଳପ୍ରଦ ହୋଇଥାଏ।

ସୋମବାର: ସୋମବାରକୁ ଚନ୍ଦ୍ରମା ଦିନ ବୋଲି ଧରା ଯାଇଥାଏ। ଶିବପୁରାଣ ଅନୁସାରେ ସୋମବାର କୌଣସି ଗରିବ ବ୍ୟକ୍ତିଙ୍କୁ ତାଙ୍କର ପତ୍ନୀଙ୍କ ସହି ଭୋଜନ କରାଇବା ସହିତ ପ୍ରଭୁ ଶିବଙ୍କ ନିକଟରେ କ୍ଷୀର ଭୋଗ ଲଗାଇବା ଭଲ ହୋଇଥାଏ।

ମଙ୍ଗଳବାର: ଏହି ଦିନ ମହାକାଳୀଙ୍କ ପୂଜା କରିବା ପାଇଁ କୁହାଯାଇଥାଏ। ପୂଜା ପରେ ଗରିବଙ୍କୁ ମୁଗ ଡାଲି ଖୁଆନ୍ତୁ। ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ।

ବୁଧବାର: ଶିବପୁରାଣରେ କୁହାଯାଇଛି କି ବୁଧବାର ଭଗବାନ ଗଣେଶଙ୍କ ପୂଜା ଅର୍ଚ୍ଚନା କରିବା କଥା। ପ୍ରଭୁ ଗଣେଶଙ୍କ ପୂଜାରେ କ୍ଷୀରରେ ପ୍ରସ୍ତୁତ କୌଣସି ଖାଦ୍ୟକୁ ଭୋଗ ଲଗାଇବା ଉଚିତ। ଏପରି କଲେ ପାରିବାରରେ ସୁଖ-ଶାନ୍ତିି ଆସିଥାଏ।

ଗୁରୁବାର: ଏହି ଦିନ ବୃହସ୍ପତିଙ୍କ ଆରଧନା କରିବା ଉଚିତ। ଏପରି କଲେ ଆୟୁ ବଢ଼ିଥାଏ। ଗୁରୁବାର ପ୍ରଭୁ ଶିବଙ୍କ ପୂଜା କରାଯାଇଥାଏ।

ଶୁକ୍ରବାର: ଶିବପୁରାଣରେ କୁହାଯାଇଛି ଶୁକ୍ରବାର କୌଣସି ଗରିବ ମହିଳାଙ୍କ ସ୍ୱାମୀଙ୍କୁ ଅନ୍ନଦାନ କଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ଶନିବାର: ଶନିବାର ଶନି ଦେବଙ୍କ ଦିନ। ଶନି ଦେବ ମୃତ୍ୟୁର ଭୟକୁ ଦୂର କରି ଥାଆନ୍ତି। ଏହି ଦିନ ଶିବଲିଙ୍ଗରେ ରାଶି ଅର୍ପଣ କରିଲେ ସୁଖ ପ୍ରାପ୍ତ ହୋଇଥାଲ। ଏଥିସହିତ ଗରିବଙ୍କୁ ତେଲରେ ପ୍ରସ୍ତୁତ ଖାଦ୍ୟ ଦେବା ଉଚିତ।

ସମ୍ବନ୍ଧିତ ଖବର