ବାସ୍‌ ଗୋଟାଏ ଗ୍ଲାସ୍‌ ଜୁଆଣି ପାଣି! କମାଇବ ଓଜନ, ଦୂର କରିବା ଅନେକ ରୋଗ

ବଡ଼ ପେଟ ଓ ମୋଟାପଣ କାହାର ବା ଚିନ୍ତାର ବିଷୟ ନୁହେଁ! ଏଥିପାଇଁ ଖାଲି ଯେ ବ୍ୟକ୍ତିତ୍ୱ ଖରାପ ହୁଏ ତାହା ନୁହେଁ, ବରଂ ଏହା ଅସୁସ୍ଥକର ମଧ୍ୟ। ମଧୁମେହ, ରକ୍ତଚାପ ପରି ଗମ୍ଭୀର ରୋଗ ସବୁର କାରଣ ମୋଟାପଣ ହିଁ ହୋଇଥାଏ।

ଏହା ନୁହେଁ ଯେ ମୋଟାପଣର ପାର୍ଶ୍ୱ ପ୍ରଭାବ କାହାକୁ ଜଣାନଥାଏ, ବରଂ ଏହି ସମସ୍ୟାର ସମାଧାନ ଏତେ ସହଜ ବି ତ ହୋଇନଥାଏ। ମାତ୍ର ଆପଣ ଯଦି ଚହାନ୍ତି ଘରୋଇ ଉପାୟରେ ନିଜ ମୋଟାପଣ ସମସ୍ୟାକୁ ଦୂରେଇ ଦେଇ ପାରିବେ।

ନିଜ ମୋଟାପଣକୁ ଦୂରେଇ ଦେବାର ସବୁଠାରୁ ଉତ୍ତମ ସାମଗ୍ରୀ ଦେଉଛି ଜୁଆଣି। ଜୁଆଣି ବିଭିନ୍ନ ଆକାରରେ ବଜାରରେ ମିଳେ। ଜୁଆଣି ପାଣି, ଜୁଆଣି ଫୁଲ ଓ ଜୁଆଣି ମଞ୍ଜି। ଆମେ ଆପଣଙ୍କୁ ଜୁଆଣି ପାଣି ବିଷୟରେ କହୁଛୁ। ଏହା ମୋଟାପଣ କାଟିବାରେ ଖୁବ୍‌ ସହାୟ ହୋଇଥାଏ।

ପ୍ରାୟ ୫୦ ଗ୍ରାମ୍‌ ଜୁଆଣିକୁ ଏକ ଗ୍ଲାସ ପାଣିରେ ରାତି ସାରା ଭିଜାଇ ରଖନ୍ତୁ। ସେଥିରେ ସକାଳୁ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଆପଣ ଦେଖିବେ ଆପଣଙ୍କ ଓଜନ ଅପେକ୍ଷାକୃତ ହ୍ରାସ ଘଟିବ।

ଜୁଆଣି ପାଣି ପିଇିବା ଦ୍ୱାରା ଖାଲି ଯେ ଓଜନ କମେ ତାହା ନୁହେଁ, ବରଂ ପାଚନ କ୍ରିୟା ବି ଖୁବ୍‌ ଭଲ ହୋଇଥାଏ।

ଏହାବ୍ୟତୀତ ମୁଣ୍ଡବିନ୍ଧା, ବଦହଜମୀ, ପେଟ ସମସ୍ୟା, ବାନ୍ତି ଆଦି ଅନେକ ସମସ୍ୟାର ସମାଧାର ଏହି ଜୁଆଣି ପାଣିରେ ରହିଛି।

ସମ୍ବନ୍ଧିତ ଖବର