ଚେହେରାକୁ ଆକର୍ଷଣୀୟ କରିବା ପାଇଁ ଘରେ ତିଆରି କରି ପିଅନ୍ତୁ ଏହି ସବୁ ଜୁସ୍‌

ଏହି ସମସ୍ତ ଜୁସ୍‌ ପିଇଲେ ଆପଣଙ୍କ ଚେହେରା ଉଜ୍ଜ୍ୱଳ ହେବା ସହ ଗୋରାପଣ ବଢ଼ିବ। ଏହି ସମସ୍ତ ଜୁସ୍‌କୁ କିଛିଦିନ ବ୍ୟବହାର କରିଲେ ଆପଣ ପରିବର୍ତ୍ତନ ଅନୁଭବ କରିପାରିବେ। ଏହା ଆପଣଙ୍କ ଚେହେରାକୁ ସୁନ୍ଦର କରିବାରେ ସାହାଯ୍ୟ କରିବ।

ଆଖୁ ରସ: ଆଖୁ ରସ ପିଇବା ଦ୍ୱାରା ତ୍ୱଚା କୋମଳ ହେବା ସହ ତ୍ୱଚାରେ ଚମକ ଆସିଥାଏ।

ଡାଳିମ୍ବ ରସ: ଡାଲିମ୍ବ ରସରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଅଧିକ ମାତ୍ରାରେ ଥିବା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ଭଲ କରେ, ଏଥିପାଇଁ ଚେହେରା ମଧ୍ୟ ସୁନ୍ଦର ହୋଇଥାଏ।

ଅମୃତଭଣ୍ଡା ରସ: ଅମୃତଭଣ୍ଡାରେ ପାପାଇନ୍‌ ନାମକ ତତ୍ତ୍ୱ ଥିବା ଯୋଗୁଁ ଏହାର ରସ ପିଇଲେ ଶରୀରର ରଙ୍ଗ ଗୋରା ହୋଇଥାଏ ଚେହେରା ଚମ୍‌କିଥାଏ।

ବାଦାମ: ବାଦାମରେ ବହୁ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଓ ଭିଟାମିନ୍‌-ଇ ରହିଛି। ଏହାକୁ ଜୁସ୍‌ କରି ପିଇବା ଦ୍ୱାରା ଶରୀରର ରଙ୍ଗ ଗୋରା ହେବା ସହ ଚେହେରା ମଧ୍ୟ ସୁନ୍ଦର ଦେଖାଯାଏ।

କାକୁଡ଼ି ରସ: କାକୁଡ଼ି ରସ ନିୟମିତ ପିଇଲେ ଏହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଓ ଚେହେରାରେ ରିଙ୍କଲ୍‌ସ ହେବାକୁ ଦେଇ ନ ଥାଏ।

ପିଜୁଳି: ପିଜୁଳି ଖାଇବା ଦ୍ୱାରା ଶରୀରରେ ଥିବା ବିଷ ବା ଟକ୍ସିନ୍‌ ଦୂର ହୋଇଥାଏ ଓ ଏହା ସହ ଚେହେରାରେ ମଧ୍ୟ ଚମକ୍‌ ଆଣିଥାଏ।

ସମ୍ବନ୍ଧିତ ଖବର