ଯଦି ଆପଣଙ୍କର ରାତ୍ରିଭୋଜନରେ ଜଂକ୍ ଫୁଡ୍ ଖାଇବାର ଅଭ୍ୟାସ ରହିଛି ,ତେବେ ବେଳ ଥାଉ ହିଁ ଆପଣ ସାବଧାନ୍ ହୋଇଯାଆନ୍ତୁ। କାରଣ ଏହା ଯେ କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ତାହା ନୁହେଁ,ବରଂ ଏହା ଯୋଗୁଁ ଆପଣଙ୍କୁ ନିଦରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଥାଏ । ଏତଦ୍ବ୍ୟତୀତ ଏହି ଜଂକ୍ ଫୁଡ୍ର ସେବନ ବି ଆପଣଙ୍କ ମୋଟାପାର ଅନ୍ୟ ଏକ ପ୍ରମୁଖ କାରଣ ବନିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନା ଅନୁସାରେ , ଆମେରିକାର ଟକ୍ସନ ସ୍ଥିତ ଏରିଜୋନା ବିଶ୍ୱବିଦ୍ୟାଳୟରେ ମନୋଚିକିତ୍ସା ବିଭାଗର ମାଇକେଲ୍ ଏ ଗୈ୍ରଂଡନର୍ ଏହାକୁ ନେଇ ଏକ ଗବେଷଣା କରିିଥିଲେ ,ଯେଉଁଥିରୁ ଏହା ଜଣାଯାଇଥିଲା କି ,ଯେଉଁ ବ୍ୟକ୍ତିମାନଙ୍କର ଜଂକ୍ ଫୁଡ୍ ପ୍ରତି ଅଧିକ ଲାଳସା ରହିଥାଏ, ସେମାନଙ୍କଠାରେ ନିଦ୍ରାଜନିତ ସମସ୍ୟା ବି ଅଧିକ ମାତ୍ରାରେ ଦେଖାଦେଇଥାଏ। ଏଥିସହିତ ଉକ୍ତ ବ୍ୟକ୍ତିଙ୍କ ଠାରେ ମୋଟାପଣ,ମଧୁମେହ ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆଦି ମଧ୍ୟ ଦେଖାଯାଇଥାଏ।