କୃଷକଙ୍କ ପାଇଁ ଚାରା ବଢ଼ାଉଛନ୍ତି କ˚ଗନା ରନୌତ!

କଙ୍ଗନା ରନୌତ ଏକ ନୂଆ ଅବତାରରେ ଅବତୀର୍ଣ୍ଣ। କୃଷକମାନଙ୍କ ପାଇଁ ଏବେ ସେ ଚାରା ବା ଛୋଟଗଛ ବଢ଼ାଉଛନ୍ତି। ନିକଟରେ ସେ କୋୟ˚ବତ୍ତୂରରେ ଅନୁଷ୍ଠିତ ଏକ ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ। ‘ଈଶା ଫାଉଣ୍ତେସନ୍‌’ ଆନୁକୂଲ୍ୟରେ ଚାଲିଥିବା ଏହି ଅଭିଯାନରେ ନିଜକୁ ଅଧିକ ସକ୍ରିୟ କରିବା ପାଇଁ ସେ ମାଟି-କାଦୁଅ ଘାଣ୍ଟୁଛନ୍ତି। ନିଜେ ଚାରା ବଢ଼ାଉଛନ୍ତି। ବର୍ଷକ ମଧ୍ୟରେ ଦଶ ହଜାର ଚାରା ବାଣ୍ଟିବା, ତାଙ୍କର ଲକ୍ଷ୍ୟ। କଙ୍ଗନା ବଲିଉଡ୍‌ର ପରିବେଶପ୍ରେମୀ କଳାକାରଙ୍କ ମଧ୍ୟରେ ଅନ୍ୟତମ। ମନାଲୀସ୍ଥିତ ତାଙ୍କ ପ୍ରାସାଦ ବଗିଚାରେ ଶହ ଶହ ବୃକ୍ଷ-ଲତା ନିଜେ ଲଗାଇଛନ୍ତି। ‘ଗ୍ରିନ୍‌ ଇଣ୍ତିଆ ମିସନ୍‌’ ସହ ମଧ୍ୟ ସେ ବହୁ ଦିନରୁ ସ˚ପୃକ୍ତ। କ˚ଗନାଙ୍କ ଶେଷ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ଫ୍ଲପ୍‌ ହୋଇଥିଲା। ତାଙ୍କର ଆଗାମୀ ଫିଲ୍ମ ‘ପ˚ଗା’ ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ‘ପ˚ଗା’ର ସୁଟି˚ ସରିସାରିଛି। ସେ ଅଭିନୟ କରିଥିବା ଶେଷ ଛଅଟି ଫିଲ୍ମ ମଧ୍ୟରୁ ପାଞ୍ଚଟି ବ୍ୟବସାୟିକ ବ୍ୟବସାୟିକ ବିଫଳତା ହାସଲ କରିବା ପରେ ଏବେ ତାଙ୍କ ହାତରେ ଗୋଟିଏ ବି ଫିଲ୍ମ ନାହିଁ। କିଛି କାମ ନ ଥିବାରୁ ସେ ବୃକ୍ଷରୋପଣ ଅଭିଯାନକୁ ଯଥେଷ୍ଟ ସମୟ ଦେଇପାରୁଛନ୍ତି।

ସମ୍ବନ୍ଧିତ ଖବର