ବାର୍ଷିକ ରାଶିଫଳ ୨୦୧୮: କର୍କଟ: ଚାକିରିଆଙ୍କ ପାଇଁ ବର୍ଷଟି ଭଲ, ପ୍ରେମୀ ପରିବାରର ସମ୍ମତି ନେଇ ବିବାହ କରିବେ

ଏ ବର୍ଷ ଆପଣଙ୍କ ବ୍ୟକ୍ତିତ୍ଵ ଓ ଚାକିରି ବୃତ୍ତିରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିବାରର ବରିଷ୍ଠଙ୍କ ପରାମର୍ଶ ଗ୍ରହଣ କରି ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ, ବର୍ଷର ଶେଷାର୍ଦ୍ଧରେ ଆପଣଙ୍କ ଆୟ ଆପଣଙ୍କର ଆଶାକୁ ଟପିଯିବ। ଚାକିରିଆଙ୍କ ପାଇଁ ବର୍ଷଟି ଭଲ ରହିବ। ଅଫିସ୍‌ରେ ଆପଣଙ୍କ କାମ କରିବା କୌଶଳରେ କର୍ତ୍ତୃପକ୍ଷ ପ୍ରଭାବିତ ହୋଇ ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ଅର୍ପଣ କରିବେ ଏବଂ ଦରମା ମଧ୍ୟ ଅଧିକ ମିଳିବ। ଚାକିରି ସନ୍ଧାନରେ ଥିବା ମହିଳାମାନଙ୍କୁ ଏ ବର୍ଷ ବଢ଼ିଆ ଚାକିରି ମିଳିବ। ପାରିବାରିକ ଜୀବନ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏ ବର୍ଷ ପରିବାରର ସମ୍ମତି ନେଇ ବିବାହ କରିବେ। ଖେଳାଳିମାନେ ଏ ବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରଦର୍ଶନ ବଢ଼ିଆ କରିବେ ଓ ପୁରସ୍କୃତ ମଧ୍ୟ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ। କର୍କଟ ରାଶିର କେତେକ ଛାତ୍ରଛାତ୍ରୀ ମନ ଚାହୁଥିବା କଲେଜରେ ପ୍ରବେଶ ପାଇବା ହେତୁ ପୂରା ଫୂର୍ତ୍ତି ଓ ଉତ୍ସାହ ସହିତ ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ କରିନେବେ। ଯେଉଁମାନଙ୍କର ଲିଭର ଓ ମୂତ୍ରଯନ୍ତ୍ରରେ ସମସ୍ୟା ଲାଗି ରହିଛି, ସେମାନେ ଏ ବର୍ଷ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ସମ୍ବନ୍ଧିତ ଖବର