ଅତରରୁ ଆକର୍ଷଣ! ଜାଣନ୍ତୁ କେମିତି ଅତର ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପ୍ରତି କେଉଁମାନେ ଅକର୍ଷିତ ହୁଅନ୍ତି

ଆକର୍ଷଣର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ଭିନ୍ନ ବ୍ୟକ୍ତି ଭିନ୍ନ ଆକର୍ଷଣରେ ପଡ଼ନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବିପରୀତ ଲିଙ୍ଗ ପ୍ରତି ରହିଥିବା ଆକର୍ଷଣର ଏକ ପ୍ରମୁଖ ମଧ୍ୟମ ହେଉଛି ଅତର। ଏହା ଉପରକୁ ଜଣା ନ ପଡ଼ିଲେ ବି ଅବଚେତନ ମନରେ ଅତର ଦ୍ୱାରା ବ୍ୟକ୍ତି ଆକର୍ଷିତ ହୁଅନ୍ତି। ତେବେ, ସବୁ ବ୍ୟକ୍ତିଙ୍କ ପସନ୍ଦ ଭିନ୍ନ ହୋଇଥିବାରୁ ଆପଣଙ୍କ ଅତର ପସନ୍ଦ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି କିଛି ମାନେ ନାହିଁ। ମାତ୍ର ଏମିତି ହୁଏ ସେହି ଅତର ବାସ୍ନା ଅଜାଣତରେ ଅନେକଙ୍କୁ ଆପଣଙ୍କ ଆଡ଼େ ଆକୃଷ୍ଟ କରେ।

ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ଇଡିପି(ଏଉ ଦେ ପର୍‌ଫ୍ୟୁମ୍‌), ଇଡିଟି(ଏଉ ଦେ ଟଇଲେଟି) ଏବଂ ଇଡିସି(ଏଉ ଦେ କୋଲୋଜେନ୍‌) ଶ୍ରେଣୀର ୩ ଧରଣର ଅତର ରହିଛି। ଇଡିପିର ବାସ୍ନା ନରମ। ଏହାର ବାସ୍ନା ପ୍ରାୟ ୪-୫ ଘଣ୍ଟା ପର୍ଯ୍ୟନ୍ତ ରହେ। ଇଡିଟିର ବାସ୍ନା ଇଡିପିଠାରୁ ମଧ୍ୟ ହୁଲୁକା। ତେବେ ଏହାର ବାସ୍ନା ୨-୪ ଘଣ୍ଟା ମଧ୍ୟରେ ରହେ। ସେହିପରି ଇଡିସିର ବାସ୍ନା ଖୁବ୍‌ କମ୍‌। ଏହା କେବଳ ଶରୀରର ଗନ୍ଧ ଦୂର କରେ। ବାହାରକୁ ବାସେ ନାହିଁ। ୨ଘଣ୍ଟା ମଧ୍ୟରେ ଇଡିସି ବାସ୍ନା ରହେ। ଏହା ବ୍ୟତୀତ ଟାଣ ଅତର ଏବଂ ଟେଷ୍ଟର୍‌ ବି ରହିଛି।

 

ବେଳେ ବେଳେ ରିହାତି ଦରରେ ଅତର ସବୁ ଦୋକାନରେ ଉପଲବ୍ଧ ହୋଇଥାଏ। ସେସବୁ ପ୍ରାୟତଃ ଟେଷ୍ଟର୍‌ ହୋଇଥାଏ। ସେହି ଧରଣର ଅତର ବ୍ୟବହାର କଲେ ବ୍ୟକ୍ତିତ୍ୱ କ୍ଷୁର୍ଣ୍ଣ ହୁଏ। ଅବଶ୍ୟ ଅସଲ ଅତର ସହିତ ତୁରନ୍ତ ତୁଳନା କଲେ କୌଣସି ଭିନ୍ନ ଧରଣର ବାସ୍ନା ଶୁଙ୍ଘିବାକୁ ମିଳେନାହିଁ। ମାତ୍ର କିଛି ସମୟ ବ୍ୟବହାର କରିବା ପରେ ପୂର୍ବପରି ଲାଗେ ନାହିଁ। ଏମିତି ଅତର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆଡ଼େ ସାଧାରଣ ଲୋକେ ଆକୃଷ୍ଟ ହୁଅନ୍ତି।

ଖୁବ୍‌ ଟାଣ ଅତର ବ୍ୟବହାର କରୁଥିବା ବ୍ୟକ୍ତି ବାସ୍ତବିକ୍‌ ସ୍ୱଭାବର। ସେମାନଙ୍କ ଆଡ଼େ ଅନେକ ଲୋକ ଆକୃଷ୍ଟ ହୁଅନ୍ତିି ମାତ୍ର କିଛି ସମୟ ପାଇଁ। ଏ ଧରଣର ବ୍ୟକ୍ତିଙ୍କ ଆଡ଼େ ଆକୃଷ୍ଟ ହେଉଥିବା ଲୋକେ ସାମାନ୍ୟ ଶାରୀରିକ ମନସ୍କ। ତେବେ, ବାରମ୍ବାର ଅତର ବଦଳାଉଥିବା ବ୍ୟକ୍ତି ସ୍ୱଭାବରେ ଟିକେ ଅନ୍ୟମନସ୍କ।

କମ୍‌ ବାସ୍ନା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଥିବା ଅତର ପସନ୍ଦ କରୁଥିବା ବ୍ୟକ୍ତି ଭାବପ୍ରବଣ। ସେମାନେ ଗୋଟାଏ ଧରଣର ଅତର ସର୍ବଦା ବ୍ୟବହାର କରି ରହିପାରନ୍ତିି ନାହିଁ। ସେମାନେ ପ୍ରତିଥର ଭିନ୍ନ ବାସ୍ନାର ଅତର ଚୟନ କରନ୍ତି। ଏ ଧରଣର ବ୍ୟକ୍ତିଙ୍କ ଆଡ଼େ ଟିକେ ଭାବପ୍ରବଣ ବ୍ୟକ୍ତି ଆକୃଷ୍ଟ ହୁଅନ୍ତି। ଏମାନଙ୍କ ଅତର ପରି ସଂପର୍କ ବି ଦୀର୍ଘସ୍ଥାୟୀ ହୋଇଥାଏ।

ସମ୍ବନ୍ଧିତ ଖବର