ବାହାରକୁ ଯିବା ସମୟରେ ବ୍ୟାଗ୍‌ରେ ଏହି ୪ଟି ଜିନିଷକୁ ନିଶ୍ଚୟ ରଖନ୍ତୁ

ବାହାରକୁ ଯିବା ସମୟରେ ଆପଣଙ୍କୁ ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ତ୍ୱଚାରୁ ଆରମ୍ଭ କରି ଶରୀରକୁ ଠିକ୍‌ ରଖିବା ପାଇଁ ଅନେକ ଜିନିଷ ପ୍ରତି ଆପଣ ସତର୍କ ରହିଥାନ୍ତି । ଖରାଦିନେ ଶରୀରରୁ ଜଳୀୟ ଅଂଶ କମିବାର ଡ଼ର ଅଧିକ ମାତ୍ରାରେ ରହିଥାଏ । ଏହା ସହ ଝାଳ ବୋହିଥାଏ, ଯାହା ଆପଣଙ୍କ ମୁହଁକୁ ଖରାପ କରି ଦେଇଥାଏ । ତେବେ ଖରାଦିନେ ବାହାରକୁ ଯିବା ପୂର୍ବରୁ ଏହି କିଛି ଜିନିଷ ନିଜ ବ୍ୟାଗ୍‌ରେ ନିହାତି ଭାବରେ ରଖନ୍ତୁ । ଆସନ୍ତୁ ଜାଣିବା ସେ ସବୁ କ’ଣ?…

୧. ହ୍ୟାଣ୍ଡ ସାନିଟାଇଜର: ଖରାଦିନେ ଅତି ସହଜରେ ଆପଣଙ୍କ ଶରୀରକୁ ଜୀବାଣୁମାନେ ପ୍ରବେଶ କରିଥାନ୍ତି । ଝାଳ ଅଧିକ ହେଉଥିବାରୁ ଜୀବାଣୁ ମଧ୍ୟ ଅଧିକ ହେବାର ଅଶଙ୍କା ରହିଥାଏ । ସେଥିପାଇଁ ଆପଣଙ୍କ ବ୍ୟାଗ୍‌ରେ ଏକ ହ୍ୟାଣ୍ଡ ସାନିଟାଇଜର ନିଶ୍ଚିତ ରଖନ୍ତୁ । ଯାହାକୁ ଆପଣ ବାହାରେ କିଛି ଖାଇବା ପୂର୍ବରୁ ହାତ ସଫା କରିବା ପାଇଁ ବ୍ୟବହାର କରି ପାରିବେ ।

Ultimate Health Guide

୨. ଖରାଦିନେ ଅଧିକ ତାପମାତ୍ରା ଯୋଗୁଁ ଝାଳ ଅଧିକ ବୋହିଥାଏ । ଯାହା ଫଳରେ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ଖରାଦିନେ ଅଫିସରେ ପହଞ୍ଚିବା ବେଳକୁ ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇ ଯାଇଥାଏ । ସେଥିପାଇଁ ସାଥିରେ ସବୁ ବେଳେ ଡ଼ିଓଡ଼୍ରାଣ୍ଟ ବା ସେଣ୍ଟ ନିହାତି ଭାବରେ ରଖନ୍ତୁ ।
୩. ଖରାଦିନେ ବାହାରକୁ ବାହାରିଲେ ସାଥିରେ ପାଣି ବୋତଲ ନିହାତି ଭାବରେ ରଖନ୍ତୁ । କାରଣ ଖରାଦିନେ ଅଧିକ ସମୟ ବାହାରେ ରହିଲେ ଶରୀରୁ ଜଳୀୟଅଂଶ କମିବାର ଆଶଙ୍କା ଅଧିକ ଥାଏ । ଯାହା ଦ୍ୱାରା ଆପଣ ଅସୁବିଧାରେ ପଡ଼ି ପାରନ୍ତି ।

listosaur.com

୪. ଖରାଦିନେ ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବାରୁ ଶରୀରର ତ୍ୱଚା ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ । ସୂର୍ଯ୍ୟ କିରଣରୁ ନିଜ ତ୍ୱଚାକୁ ରକ୍ଷା କରିବା ପାଇଁ ସାଥିରେ ସନ୍‌ସ୍କି୍ରନ୍‌ ଲୋସନ ନିହାତି ଭାବରେ ରଖନ୍ତୁ ।

ସମ୍ବନ୍ଧିତ ଖବର