ସୁସ୍ଥ ରହିବା ପାଇଁ ୩୦ ଛୁଇଁବା ପୂର୍ବରୁ ଜୀବନଶୈଳୀରେ ଆଣନ୍ତୁ ଏହି ୬ଟି ପରିବର୍ତ୍ତନ

0

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ି ଚାଲିଥାଏ। ବ୍ୟସ୍ତ ଜୀବନଶୈଳୀ ହେତୁ ହୃଦ୍‌ରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଆସିଥାଏ। ଯଦି ସମୟ ଥିବା ଭିତରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଏ, ତେବେ ଏହି ସବୁ ସମସ୍ୟାରୁ ବଞ୍ଚି ପାରିବେ । ଜାଣନ୍ତୁ ୩୦ ବର୍ଷ ବୟସ ଭିତରେ କେଉଁ ଜିନିଷ ଉପରେ ଧ୍ୟାନ ଦେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିହେବ।

ପର୍ଯ୍ୟାପ୍ତ ନିଦ ନିଅନ୍ତୁ: ପ୍ରତିଦିନ ଅତି କମରେ ୭ ଘଣ୍ଟା ଶୁଅନ୍ତୁୁ, ଏହା ଦ୍ୱାରା ଷ୍ଟ୍ରେସ୍‌ କମ୍‌ ହେବା ସହ ରକ୍ତ ସଞ୍ଚାଳନ ଠିକ୍‌ ହେବ । ସମ୍ପୂର୍ଣ୍ଣ ନିଦ ହେବା ଫଳରେ ହୃଦ୍‌ରୋଗ, ମଧୁମେହ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା କମ୍‌ ହୋଇଥାଏ।

ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ: ସକାଳେ କିମ୍ବା ସନ୍ଧ୍ୟାରେ ଦୈନିକ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ, ଏହା ଦ୍ୱାରା କ୍ୟାଲୋରି ବର୍ଣ୍ଣ୍‍ ହେବ ଓ ଏହା କଲେଷ୍ଟ୍ରୋଲ୍‌ କମ୍‌ କରିବାରେ ସାହାଯ୍ୟ କରିବ। ବ୍ୟାୟାମ ଦ୍ୱାରା ହୃଦ୍‌ରୋଗ ଓ ମଧୁମେହ ଭଳି ରୋଗଠାରୁ ଦୂରେଇ ରହିହେବ।

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ: ଖାଦ୍ୟରେ ଶାଗ ଓ ସବୁଜ ପନିପରିବା ଅଧିକ ଖାଆନ୍ତୁ। ଏହା ସହ ଅଣ୍ଡା, ଚିକେନ୍‌ ଓ ଡାଲି ଜାତୀୟ ଖାଦ୍ୟ ମଧ୍ୟ ସାମିଲ କରନ୍ତୁ। ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ଷ୍ଟ୍ରେସ୍‌ରୁ ଦୂରେଇ ରହନ୍ତୁ: ଷ୍ଟେସ୍‌ କାରଣରୁ ଅନେକ ପ୍ରକାର ରୋଗ ହୋଇଥାଏ। ଷ୍ଟ୍ରେସ୍‌ କମ୍‌ କରିବା ପାଇଁ ଯୋଗାସନ କିମ୍ବା ଧ୍ୟାନ ଆଦି କରିପାରିବେ।

ଧୂମପାନ ଛାଡ଼ନ୍ତୁ: ଯଦି ଆପଣ ଧୂମପାନ କରୁଛନ୍ତି ତା’ହେଲେ ଛାଡ଼ି ଦିଅନ୍ତୁ। ଏହା ଦ୍ୱାରା ଭବିଷ୍ୟତରେ ହେବାକୁ ଥିବା ହୃଦ୍‌ରୋଗ ଓ କ୍ୟାନ୍‌ସର୍‌ରୁ ମୁକ୍ତି ମିଳି ପାରିବ।

ମଦ୍ୟପାନ ଛାଡ଼ନ୍ତୁ: ମଦ୍ୟପାନ କରିବା ଦ୍ୱାରା ଆଲ୍‌କହଲ୍‌ ଶରୀରରେ ଷ୍ଟ୍ରେସ୍‌ ଓ କଲେଷ୍ଟ୍ରୋଲ୍‌ ବଢ଼ାଇଥାଏ ଓ ଏହାର ହୃତପିଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.