ଜୁଆଣି ଜଳ ପିଇଲେ ରହିବନି ଶରୀରର କିଛି ସମସ୍ୟା

1 1,477

ନିୟମିତ ସାଲାଡ଼ ଖାଇଲେ,ବ୍ୟାୟାମ କରିଲେ ଏବଂ ଭଲ ନିଦ ଗଲେ ଆମେ ଫିଟ୍‌ ରହିପାରିବାଏ କଥା ଆମକୁ ଜଣା। ଏଥିପାଇଁ ଏହା ଉପରେ ଆମେ ଗୁରୁତ୍ୱ ଦେଇଥାଉ। କେତେକ ଲୋକ ଫିଟ୍‌ ରହିବା ସାଙ୍ଗକୁ ନିଜର ଓଜନ ହ୍ରାସ କରିବା ପାଇଁ ଚାହାଁନ୍ତି।ଏଥିପାଇଁ କେହି କେହି ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଥା’ନ୍ତି ତ ଆଉ କେତେକ ଜିରା ଜଳ ପାନ କରିଥା’ନ୍ତି।
ଆଉ କେତେକଙ୍କର ଇଚ୍ଛା ସେମାନେ ଜିମ୍‌ ଯିବେ ନାହିଁ କି ବ୍ୟାୟାମ କରିବେ ନାହିଁ। ଏପରିକି ଖାଇବା ପିଇବାରେ ବି ନିୟନ୍ତ୍ରଣ ରଖିବେ ନାହିଁ। କିନ୍ତୁ ନିଜର ଓଜନ କମ୍‌ କରିବେ ବୋଲି ଭାବନ୍ତି। ଯେଉଁମାନେ ଏଭଳି ଚିନ୍ତା କରୁଛନ୍ତି,ସେମାନଙ୍କ ପାଇଁ ଏକ ମହୌଷଧି ହେଲା ଜୁଆଣି ଜଳ ପିଇବା।
ଏଥିପାଇଁ ଏକ ଗ୍ଲାସ ଜଳରେ ଏକ ଚାମଚ ଜୁଆଣି ରାତିରେ ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖିବାପରେ ସକାଳେ ତାକୁ ଫୁଟାନ୍ତୁ। ତା’ପରେ ସେହି ଫୁଟା ପାଣିକୁ ଛାଣି ପିଅନ୍ତୁ। ଆହୁରି ଏକଥା ବି ମନେ ରଖିବା ଆବଶ୍ୟକ ଯେ,ଜୁଆଣି ଜଳ ପିଇବାର ଘଣ୍ଟାକ ଯାଏଁ କୌଣସି ଖାଦ୍ୟ ଗ୍ରହଣ କରିବା ଅନୁଚିତ।


ଆପଣ ନିୟମିତ ଭାବେ ୨ ସପ୍ତାହ ଯାଏଁ ଏପରି ଉପାୟରେ ଜୁଆଣି ଜଳ ପିଇଲେ ନିଜର ଓଜନ ୬ କିଲୋଗ୍ରାମ୍‌ ଯାଏଁ ହ୍ରାସ କରି ପାରିବେ। ଖାଲିସେତିକି ନୁହେଁ,ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ସୁସ୍ଥ ରହିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Rama marndi says

    Juani pani garam garam pieba ki thanda kariki